Odisha news

ବାସ୍ତୁ ଶାସ୍ତ୍ର : ଯଦି ଆପଣ ଆପାର୍ଟମେଣ୍ଟରେ ରହୁଛନ୍ତି ତେବେ ବାଲକୋନୀ ସହିତ ଯୋଡି ହୋଇଥିବା ୪ଟି କଥାକୁ ଧ୍ୟାନ ରଖନ୍ତୁ

0

ପ୍ରତେକଟି ଘରେ ପ୍ରାୟ ବାଲକୋନୀ ରହିଥାଏ ଓ ସେହି ସ୍ଥାନଟି ପ୍ରାୟ ସମସ୍ତଙ୍କର ଅତି ପ୍ରିୟ ଅଟେ l ଖାସକରି ଯେଉଁ ଲୋକମାନେ ଫ୍ଲାଟରେ ରହିଥାନ୍ତି ସେମାନଙ୍କ ପାଇଁ ବାଲକୋନୀର ଅନେକ ମହତ୍ୱ ରହିଛି ,କାରଣ ସେମାନଙ୍କ ପାଇଁ ଯଦି କୌଣସି ଖୋଲା ସ୍ଥାନ ରହିଛି ତାହା ହେଉଛି ବାଲକୋନୀ l ଯେଉଁଠାରେ ସେମାନେ ପ୍ରକୃତିର ଖୋଲା ପବନର ଆନନ୍ଦ ଉଠାଇ ପାରନ୍ତି l ଯଦି ଆପଣଙ୍କ ବାଲକୋନୀ ଭୁଲ ଦିଗରେ ରହିଛି ତେବେ ସେଥିପାଇଁ କଣ ରହିଛି ବାସ୍ତୁ ଉପାୟ l

* ଘରର ଉତ୍ତର ଦିଗରେ ବାଲକୋନୀ ରହିବା ଅତ୍ୟନ୍ତ ଶୁଭ ଅଟେ l ଆପଣ ଯଦି ଚାହିଁବେ ତେବେ ଉତ୍ତର – ପୂର୍ବ ଦିଗକୁ ବାଲକୋନୀ ଭାବରେ ବ୍ୟବହାର କରିପାରିବେ l କୁହାଯାଇଛି ଯେ ଏହି ସ୍ଥାନଟି ବାଲକୋନୀ ପାଇଁ ସବୁଠୁ ଉତ୍ତମ ,କାରଣ ସବୁଠୁ ଅଧିକ ସୂର୍ଯ୍ୟଙ୍କ କିରଣ ଏହି ସ୍ଥାନରେ ପଡିଥାଏ l

* ବାଲକୋନୀରେ ଆମେ ନିଜକୁ ରିଲାକ୍ସ କରିବାକୁ ଚାହିଁ ଥାଉ l ତେଣୁ ବାସ୍ତୁ ଦୃଷ୍ଟିରୁ ଏଠାରେ କିଭଳି ଚୌକି ଓ ଟେବୁଲ ପଡିବା ଆବଶ୍ୟକ ତାର ମଧ୍ୟ ବିଶେଷ ଧ୍ୟାନ ରଖିବା ଉଚିତ l ବାସ୍ତୁ ଶାସ୍ତ୍ର ଅନୁସାରେ ଓଜନିଆ ଚୌକି ରଖିବା ବାଲକୋନୀରେ ଉଚିତ ନୁହଁ l ଯଦି ଆପଣ ବାଲକୋନୀରେ ଝୁଲା ଲଗାଇବାକୁ ଚାହୁଁଛନ୍ତି ତେବେ ଉତ୍ତର କିମ୍ବା ଦକ୍ଷିଣ ଦିଗରେ ଲଗାନ୍ତୁ l

* ବାସ୍ତୁଶାସ୍ତ୍ର ଅନୁସାରେ ବାଲକୋନୀରେ ଗଛ ଲଗାଇବା ଶୁଭ ଅଟେ ଏହାଦ୍ୱାରା ସକାରାତ୍ମକ ଶକ୍ତି ଘରକୁ ଆସିଥାଏ l ବାଲକୋନୀରେ କୌଣସି ବଡ଼ ଗଛ ଲଗାଇବା ଉଚିତ ନୁହେଁ l

ବାଲକୋନୀରେ ଭୁଲରେ ମଧ୍ୟ ଲଟା ଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ l ଏହା ନକାରାତ୍ମକ ଉର୍ଜା ଯୋଗାଇ ଥାଏ l

* ବାଲକୋନୀ ଯେମିତି ହୋଇଥାଉ ପଛକେ ବାଲକୋନୀରେ ସର୍ବଦା ହାଲୁକା ରଙ୍ଗ ଦେବା ଆବଶ୍ୟକ l ଗାଢ଼ ରଙ୍ଗ ନକରତ୍ମକ ଉର୍ଜା ଉତ୍ପନ୍ନ କରିଥାଏ l

Leave A Reply