Odisha news

ଦୋକାନ ଓ ଘରେ ଚୋରି ହେବା ପଛରେ ରହିଥାଏ ବାସ୍ତୁଦୋଷ : ଜାଣନ୍ତୁ ସେଗୁଡିକ କଣ ?

0

ଵାସ୍ତୁଶାସ୍ତ୍ର ଅନୁସାରେ ଚୋରି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି l କହାଯାଇଛି ଘର ଓ ଦୋକାନରେ ବାସ୍ତୁଦୋଷ ଯୋଗୁ ଚୋରି ହୋଇଥାଏ l ଯଦି ଆମେ ଏହିସବୁ ସ୍ଥାନରେ ବାସ୍ତୁ ବିଷୟକୁ ଧ୍ୟାନ ଦେବା ତେବେ ଚୋରି ହେବା ଆଶଙ୍କା କମ ହୋଇପାରେ l କାରଣ ଆଜିକାଲି ଚୋରି ଅଧିକ ପରିମାଣରେ ବଢି ଯାଇଛି ଓ ପ୍ରତେକ ମଣିଷ ଏହାକୁ ନେଇ ସଜାଗ ରହିବାକୁ ଚାହୁଁଛନ୍ତି l ଘର ଓ ଦୋକାନରେ ବ୍ୟକ୍ତି କିଛି ଏପରି ଛୋଟ ଛୋଟ ଭୁଲ କରିଥାଏ ଯାହା ଦ୍ୱାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l ଆସନ୍ତୁ ଆଜି ଜାଣିବା ଘର ଓ ଦୋକାନରେ କିପରି ନିଜର ଜିନିଷକୁ ଚୋରି ହେବାରୁ ରକ୍ଷା କରିବା l

ଏହି ଦିଗର ରଖନ୍ତୁ ଅବଶକୀୟ ଜିନିଷ -ବାସ୍ତୁଶାସ୍ତ୍ର ଅନୂଆସାରେ ଘର କିମ୍ବା ଦୋକାନରେ ଆପଣ ମୂଲ୍ୟବାନ ଜିନିଷ ଯେପରି କି ଗହଣା ,ଜରୁରୀ କାଗଜପତ୍ର ,ପଇସା ଆଦିକୁ ଵାୟଵ୍ୟ କୋଣ ଅର୍ଥାତ ଉତର ପଶ୍ଚିମ ଦିଗର ରଖନ୍ତୁ ନାହିଁ l ଏହି ଦିଗରେ ମୂଲ୍ୟବାନ ଜିନିଷ ରଖିବା ଦ୍ୱାରା ଚୋରି ହେବାର ସମ୍ଭାବନା ରହିଥାଏ l

ଏହି ସ୍ଥାନରେ ରଖନ୍ତୁ ଅଳିଆ -ଦୋକାନ ସଫାକାଲ ପରେ ଅଳିଆ ଆବର୍ଜନାକୁ ଦୋକାନ ଆଗରେ ଫିଙ୍ଗନ୍ତୁ ନାହିଁ l ଏପରି କରିବା ଦ୍ୱାରା ଦୋକାନର ଉନ୍ନତି ହୋଇ ନଥାଏ l ଦୋକାନର ଅଳିଆକୁ ସର୍ବଦା ଦକ୍ଷିଣ ପଶ୍ଚିମ ଦିଗରେ ଗୋଟିଏ ଡଷ୍ଟବିନ୍ ଭିତରେ ରଖିବା ଉଚିତ l

ଘର କିମ୍ବା ଦୋକାନରେ ଧନ ଏପରି ସ୍ଥାନରେ ରଖନ୍ତୁ -ଘର ହେଉ କିମ୍ବା ଦୋକାନ ଯେଉଁଠାରେ ପଇସା ରଖୁଛନ୍ତି ସେହି ସ୍ଥାନର ସମ୍ବଦ୍ଧ ପାଣି ସହ ନରହୁ l ଯଦି ଏପରି ସ୍ଥାନରେ ପଇସା ରଖୁଛନ୍ତି ତେବେ ପଇସା ପାଣି ଭଳି ବହିଯିବ ,ସବୁବେଳେ ଦୟାନ ରଖନ୍ତୁ ଘର ଓ ଦୋକାନର ମୁଖ୍ୟ ଦ୍ୱାରା ଅନ୍ୟ ଦ୍ୱାରା ମାନଙ୍କ ଠାରୁ ବଡ଼ ହେବ ଆବଶ୍ୟକ l

ମଙ୍ଗଳଯନ୍ତ୍ରର ସ୍ଥାପନ କରନ୍ତୁ -ଯଦି ଆପଣଙ୍କ ଘର କିମ୍ବା ଦୋକାନର ନିକଟତମ ସ୍ଥାନରେ ଚୋରି ହେଉଛି ତେବେ ଆପଣଙ୍କ ପୂଜା ସ୍ଥାନରେ ମଙ୍ଗଳଯନ୍ତ୍ର ସ୍ଥାପନ ମକରି ପୂଜା କରନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କ ଭୟ ଦୂର ହେବ ସହିତ ଚୋରି ମଧ୍ୟ ନହେବାର ମାନ୍ୟତା ରହିଛି l

Leave A Reply