Odisha news

୭ଟି ଚମତ୍କାର ବାସ୍ତୁ ଟିପ୍ସ : ଯାହା ବଦଳାଇ ଦେବ ଆପଣଙ୍କ ଜୀବନ

0
ବାସ୍ତୁ ବିଜ୍ଞାନ କହିଥାଏ ଯେ ଅନେକ ସମୟରେ ବ୍ୟକ୍ତିର ସୁଖ ସମୃଦ୍ଧି ରେ ବାଧା ଆଣିଥାଏ ଘରର ବାସ୍ତୁ ଶାସ୍ତ୍ର l ବାସ୍ତୁ ସମ୍ବନ୍ଧିତ ଭୁଲ କାରଣରୁ ବ୍ୟକ୍ତି ମାନସିକ ଭାବରେ ପୀଡିତ ହୋଇ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାଏ l ବିଶେଷ ଭାବରେ ବାସ୍ତୁ ସମ୍ବନ୍ଧୀୟ ଅସୁବିଧା ପାଇଁ ଘରେ ନକାତ୍ମକ ଶକ୍ତିର ଆଗମନ ହୋଇଥାଏ ଓ ଆମକୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ନିୟମ କୁ ନିହାତି ମାନିବା ଜରୁରୀ l
୧) ବାସ୍ତୁ ବିଜ୍ଞାନ ଅନୁସାରେ ନିଜର ରୋଷେଇ ଘରକୁ ଐଶାନ୍ୟ କୋଣରେ କରିବା ଆବଶ୍ୟକ ଓ ଗ୍ୟାସ କୁ ଆଗ୍ନେୟ କୋଣରେ ରଖିବା ଜରୁରୀ l ଏହାଛଡା ଐଶାନ୍ୟ କୋଣରେ ସର୍ବଦା ସଫା ବାସନ ରେ ପାଣି ଭାରି କରି ରଖନ୍ତୁ ଏହାଦ୍ୱାରା ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ l
୨) ଘରର ଉତର ଦିଗରେ ମା ଲକ୍ଷ୍ମୀଙ୍କ ର ଏଭଳି ଫଟୋ ଲଗାନ୍ତୁ ଯେପରି ସେ କମଳାସନ ରେ ବିରାଜମାନ କରିଥିବେ ଓ ତାଙ୍କ ହାତରୁ ସ୍ଵର୍ଣ ମୁଦ୍ରା ଝଲସୁ ଥିବ l ଏଭଳି ଫଟୋ ଲଗାଇବା ଶୁଭ ଅଟେ l ଏହାଛଡା ଏହି ଦିଗରେ ଶୁଆ ର ଫଟୋ ଲଗାଇବା ଦ୍ୱାରା ପିଲା ମାନଙ୍କ ଜୀବନ ସୁଖମୟ ହୋଇଥାଏ l
୩) ବାସ୍ତୁ ଶାସ୍ତ୍ର ଅନୁସାରେ ପାଣି ଟାଙ୍କି ଘରର ପଶ୍ଚିମ ଦିଗରେ ଛାତ ଉପରେ ରହିବା ଜରୁରୀ l ଏହି ଦିଗରେ ପାଣି ଟାଂକୀ ରହିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଅଧିକ ଆଗମନ ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l
୪) ଯଦି ଘରର ମୁଖିଆ ପ୍ରତିଦିନ ଭଗବାନ ଶିବ ଓ ଚନ୍ଦ୍ରଦେବ ଙ୍କ ମନ୍ତ୍ର ପାଠ କରିବେ ତେବେ ଘରେ ସର୍ବଦା ସୁଖ ସମୃଦ୍ଧିର ବାସ ହେବ l ବାସ୍ତୁ ନିୟମ ଅନୁସାରେ ଯଦି ଆପଣ ନିୟମିତ ମହାଦେବ ଙ୍କ ମନ୍ତ୍ର ଜପ କରିବେ ତେବେ ଘରକୁ ସମୃଦ୍ଧିର ଆଗମନ ହେବ l
୫) ଯଦି ଆପଣଙ୍କ ଜୀବନ ରେ ଶନି ଙ୍କ ପ୍ରଭାବ ରହିଛି ତେବେ ଘରର ପଶ୍ଚିମ ଦିଗରେ ଶନି ଯନ୍ତ୍ର ବିଧି ପୂର୍ବକ ସ୍ଥାପନା କରନ୍ତୁ l ଏହାଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ l ପ୍ରତିଦିନ ସଖାଳୁ ଘରର ମୁଖ୍ୟ ଦ୍ୱାରା ରେ ଗୋଟିଏ ଲୋଟା ଜଳ ଢଳାନ୍ତୁ l ଏହାଦ୍ୱାରା ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l
୬) ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରିବା ଖୁବ ଶୁଭ ହେବ l ପୂର୍ବ ମୁଖି ଘରେ ଘରର ମୁଖ୍ୟ ଦ୍ୱାରରେ ସୂର୍ଯ୍ୟ ଙ୍କ ଚିତ୍ର ଲଗାନ୍ତୁ l ଏହାଦ୍ୱାରା ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ l ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଏହା ଖୁବ ଶୁଭ ଅଟେ l
୭) ଘରର ମୁଖ୍ୟ ଦ୍ୱାରରେ ଘୋଡା ନାଳ ଲଗାଇବା ଶୁଭ ହୋଇଥାଏ l ନାଳ ର ମୁଖ ସବୁବେଳେ ତଳ ପାର୍ଶ୍ୱକୁ ରହିବା ଜରୁରୀ l ମାନ୍ୟତା ରହିଛି ଯେ ମୁଖ୍ୟ ଦ୍ୱାରରେ ଘୋଡା ନାଳ ଲଗାଇବା ଦ୍ୱାରା ଖରାପ ନଜର ରୁ ମୁକ୍ତି ମିଳିଥାଏ ଓ ଘରର ସଦସ୍ୟ ଙ୍କ ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

Leave A Reply