Odisha news

ମହିଳା ମାନେ କଦାପି ଏହିସବୁ କାର୍ଯ୍ୟ କୁ କରିବା ଉଚିତ୍ ନୁହେଁ, ଏହାଦ୍ବାରା ସୁଖ ସମୃଦ୍ଧି ରେ ବାଧା ସୃଷ୍ଟି ହୋଇଥାଏ

0
ବାସ୍ତୁଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉଁ ଘରେ ମା ଙ୍କ ର ଆଦର ଓ ସମ୍ମାନ କରାଯାଇ ଥାଏ । ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ନିକଟରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ତେଣୁ ଯେଉଁ ଘରର ମହିଳା ସୁଗୃହିଣୀ ହେବା ସହିତ କିଛିଟା କଥାକୁ ଧ୍ୟାନ ଦେଇଥାଏ ତେବେ ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ।
* ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘର ସଫା ସୁତୁରା ହୋଇଥାଏ , ସେଠାକୁ ସର୍ବଦା ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ଓ ସେହିଭଳି ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । କାହିଁକି ନା ଗୋଟିଏ ସୁଗୃହିଣୀ ହିଁ କେବଳ ଘରକୁ ସଫା ସୁତୁରା ରଖି ଯତ୍ନ ନେଇଥାଏ ।
* ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇ ଥାଏ । ତେଣୁ ମହିଳା ମାନେ କଦାପି ଘରର କବାଟ କୁ ଗୋଇଠା ମାରି ଖୋଲିବା ଉଚିତ୍ ନୁହେଁ । ଯେଉଁ ମହିଳା ଘରର କବାଟ କୁ ଗୋଇଠା ମାରି ଖୋଲିଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ ।
* କଦାପି ମହିଳା ମାନେ ଘରର ଦୁଆର ବନ୍ଧ ରେ ବସିବା ଉଚିତ୍ ନୁହେଁ । ଏହାଛଡା ଦୁଆର ବନ୍ଧ ରେ ବସି ଶୃଙ୍ଗାର, ଭୋଜନ ଇତ୍ୟାଦି କରିବା ଉଚିତ୍ ନୁହେଁ । ଏହାଛଡା କିଛି ମହିଳା ଥାଆନ୍ତି ଦୁଆର ବନ୍ଧ ବା ଏରୁଣ୍ଡି ବନ୍ଧ ରେ ବସି ଗପସପ କରି ଥାଆନ୍ତି । ଏହା ଘରର ସମସ୍ତ ବିପଦ କୁ ଟାଣି ଆଣିଥାଏ ।
* ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ସ୍ଥାନ ଦିଆଯାଇ ଥାଏ । ଝାଡୁ କୁ ଗୋଡ ବାଜିବା ବା ଗୋଇଠା ମାରିବା ଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଦରିଦ୍ରତା ବାସ କରିଥାଏ ।
* ରୋଷେଇ ଘରେ ମା ଅନ୍ନପୂର୍ଣ୍ଣା ବାସ କରି ଥାଆନ୍ତି । ତେଣୁ ରୋଷେଇ ଘରେ କଦାପି ଅସନା କରି ରଖିବା ଉଚିତ୍ ନୁହେଁ, ଏହାଛଡା ରାତିରେ ଅଇଁଠା ବାସନ ରୋଷେଇ ଘରେ ରଖନ୍ତୁ ନାହିଁ , ଏଭଳି କରିବା ଦ୍ୱାରା ଘରେ କଦାପି ସୁଖ ଶାନ୍ତି ରହି ନଥାଏ ।

Leave A Reply