– କିଛି ଲୋକ ଥାଆନ୍ତି ଯିଏକି ଶୋଇବାଘରେ ଫ୍ରିଜ, ଇନଭଟର, ଗ୍ୟାସ ସିଲିଣ୍ଡର ଇତ୍ୟାଦି ରଖିଛନ୍ତି ତେବେ ତାହାକୁ ତୁରନ୍ତ ବାହାର କରନ୍ତୁ l ବସ୍ତୁ ଶାସ୍ତ୍ର ଅନୁସାରେ ଏହିସବୁ ଜିନିଷ ଆପଣଙ୍କ ନିଦ କୁ ପ୍ରଭାବିତ କରିପାରେ l ଏହାଛଡା ଆପଣ ନିଦ୍ରା ହୀନତାର ମଧ୍ୟ ଶିକାର ହୋଇ ପାରନ୍ତି l ତେହା ଆପଣଙ୍କ ମାନସିକ ଦୁଶ୍ଚିନ୍ତା ର ମଧ୍ୟ କାରଣ ହୋଇପାରେ l
– ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଶୋଇବା ଘର କଦାପି ଘରର ଉତ୍ତର -ପୂର୍ବ ଦିଗରେ ରହିବା ଉଚିତ ନୁହେଁ l କୁହାଯାଏ ଯେ ଏହି ଦିଗରେ ଶୋଇବାଘର କିମ୍ବା ଶୋଇବାଘର ର ଦ୍ୱାର ରହିବା ଦାମ୍ପତ୍ୟ ଜୀବନ ରେ କଳହ ଆଣିଥାଏ l ପତି-ପତ୍ନୀ ଙ୍କ ମଧ୍ୟରେ କଦାପି ତାଳମେଳ ରହି ନଥାଏ l
– ଯଦି ଶୋଇବା ଘରର କବାଟ ବନ୍ଦ କିମ୍ବା ଖୋଲିବା ସମୟରେ କୌଣସି ଶବ୍ଦ ଆସୁଛି ତେବେ ଏହା ଠିକ ନୁହେଁ l ଯଦି ଏଭଳି ହେଉଛି ତେବେ ତୁରନ୍ତ ଠିକ କରନ୍ତୁ l ନଚେତ ଏହା ପରିବାର ମଧ୍ୟରେ ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଓ କଳହ କରାଇଥାଏ l
– ନିଜ ଶୋଇବାଘରେ କଦାପି କୌଣସି କଣ୍ଟା ଗଛ ରଖନ୍ତୁ ନାହିଁ l ଯଦି ଶୋଇବାଘର ର ପଙ୍ଖା ରୁ କୌଣସି ଶବ୍ଦ ଆସୁଛି ତେବେ ତାହାକୁ ତୁରନ୍ତ ଠିକ କରନ୍ତୁ, ନଚେତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏହା ଦୂରତା ଆଣିଥାଏ l
– କଦାପି ନିଜ ଶୋଇବା ଘରେ ପାଣି ବୋତଲ ରଖନ୍ତୁ ନାହିଁ l କାହିଁକି ନା ଶୋଇବାଘର ସବୁବେଳେ ଆଗ୍ନେୟ କୋଣରେ ରହିବ ଜରୁରୀ l ଯଦି ଆମେ ଏହି ସ୍ଥାନରେ ପାଣି ବୋତଲ ରଖିବା ତେବେ ବୈବାହିକ ଜୀବନ ରେ ଫାଟ ସୃଷ୍ଟି ହୋଇଥାଏ l