ବର୍ତମାନ ବିବାହ କାର୍ଯ୍ୟ ସାରିଛି , ଅନେକ ନବ ବିବାହିତ ଦମ୍ପତି ନିଜର ସୁଖର ସଂସାର ନୂଆ ନୂଆ ତିଆରି କରୁଛନ୍ତି l ତେଣୁ ବିବାହ ପରେ ପ୍ରତ୍ୟେକ ବ୍ୟକ୍ତି ଚାହିଁ ଥାଆନ୍ତି ତାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଉ l କାହିଁକି ମଣିଷ ସାରା ଦିନରେ ପରିଶ୍ରମ ପରେ ଘରକୁ ଫେରି ଥାଏ , ଯେଉଁଠି ସେ ଗୋଟିଏ ରାତି ଶାନ୍ତି ରେ ବିତାଇ ପୁନର୍ବାର ସକାଳୁ ନିଜ କର୍ମ ସ୍ଥଳକୁ ଫେରି ଯାଇଥାଏ l ବୈବାହିକ ଜୀବନ ସୁଖମୟ ହୋଇଥାଏ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମନର ମିଳନ ରେ l କିନ୍ତୁ ବେଳେବେଳେ କିଛିଟା ବାସ୍ତୁ ଦୋଷ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ l ଯାହାଦ୍ୱାରା ବୈବାହିକ ଜୀବନ ବାଧାପ୍ରାପ୍ତ ହୋଇଥାଏ l
– ଗୋଟିଏ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବେଡ଼ ରୁମ ର ରହିଛି ଗୁରୁତ୍ୱପୂର୍ଣ ଭୂମିକା l କାରଣ ଏହି ସ୍ଥାନଟି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଧିକ ନିବିଡ଼ତା ଆଣିଥାଏ l ଯଦି ଶୋଇବା ଘର ଦକ୍ଷିଣ -ପଶ୍ଚିମ ଦିଗରେ ରହିଛି ତେବେ ଏହା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକ ନିବିଡ଼ତା ଆଣିଥାଏ l ତେଣୁ ଶୋଇବା ଘର ଉପରେ ଗୁରୁତ୍ୱ ଦିଅନ୍ତୁ l
– ଶୋଇବା ଘରେ ଯଦି ଆପଣ ଚଢେଇଙ୍କ ଯୋଡ଼ା ଛବି ରଖୁଛନ୍ତି ତେବେ ଏହା ବୈବାହିକ ଜୀବନ ରେ ସକାରାତ୍ମକ ଭାବନା ଆଣିଥାଏ l ଏହାଛଡା ଶୋଇବା ଘରେ ରବର ପ୍ଲାଣ୍ଟ ରଖିବା ମଧ୍ୟ ଖୁବ ଲାଭକାରୀ l
– ଯଦି ଆପଣ ଶୋଇବା ଘରେ ଆଇନା ରଖୁଛନ୍ତି ତେବେ ଧ୍ୟାନ ରଖିବେ ଏପରି ଯେମିତି ଆପଣଙ୍କ ବେଡ଼ ସମୁଖରେ ନରୁହେ , ଅର୍ଥାତ ଯେଭଳି ସ୍ୱାମୀ ସ୍ତ୍ରୀ ଶୋଇବା ସମୟରେ ବେଡ଼ ର ଛବି ମିରର ରେ ନଦେଖା ଯାଏ l ଯଦି ଏଭଳି ରଖିଛନ୍ତି ତେବେତୁରଂତ ପରିବର୍ତନ କରନ୍ତୁ l
– ନବ ବିବାହିତା ଦମ୍ପତି ଙ୍କୁ ସର୍ବଦା ଦକ୍ଷିଣ ଦିଗରେ ଶୋଇବାକୁ କୁହାଯାଇ ଥାଏ l ପତ୍ନୀ ସର୍ବଦା ନିଜ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ଶୋଇବା ଆବଶ୍ୟକ l ଏହା ତାଙ୍କ ଜୀବନ ରେ ମଧୁରତା ଆଣିଥାଏ l
– ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ତା ବଢାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଗୋଡ଼ ଓ ମୁହଁ ଧୋଇ ଶୋଇବା ଆବଶ୍ୟକ l ଏହା ନକାରାତ୍ମକ ଭାବନା ଓ ଶକ୍ତି ଦୂର କରିଥାଏ l
– ନିଜ ଘରର ସେଣ୍ଟର ରେ ଲକ୍ଷ୍ମୀ ନାରାୟଣ ଙ୍କ ମୂର୍ତି ବା ଫଟୋ ରଖିବା ଆବଶ୍ୟକ l ଯେଭଳି ଆପଣ ଯାଉଣୁ ଆଶୁଣୁ ସେଥିରେ ଆପଣଙ୍କ ନଜର ପଡୁଥିବ ଓ ଆପଣଙ୍କ ମନର ଖରାପ ଭାବନା ଦୂର ହେବ l
– କଦାପି ଶୋଇବା ବେଡ଼ ନିକଟରେ ମୋବାଇଲ, ଟିଭି ଇତ୍ୟାଦି ରଖନ୍ତୁ ନାହିଁ l ଏହା ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ l କଦାପି ନିଜ ବାଲକୋନୀ ରେ କଣ୍ଟା ଯୁକ୍ତ ଗଛ ରଖନ୍ତୁ ନାହିଁ l ଏହା ମଧ୍ୟ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିଗାଡି ଥାଏ l
– ସପ୍ତାହକୁ ଗୋଟିଏ ୱେଭଲ;ଇ ଦିନ ବାଛନ୍ତୁ ଯେଉଁ ଦିନ ଉଭୟ ମିଳିତ ଭାବରେ ଦୁର୍ଗା ମାଧବ ଙ୍କ ନିକଟରେ ଦର୍ଶନ କରି ଦୀପ ପ୍ରଜ୍ବଳିତ କରି ପାରିବେ l ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଓ ସମ୍ପର୍କ ସୁନ୍ଦର ହୋଇଥାଏ l
