Odisha news

ବାସ୍ତୁଶାସ୍ତ୍ର ଅନୁସାରେ ଲୁଣରେ କରନ୍ତୁ ଏହିସବୁ ଉପାୟ, ଦୂର ହେବ ସମସ୍ତ ଆର୍ଥିକ ସମସ୍ୟା

0

ବାସ୍ତୁଶାସ୍ତ୍ର ର ହିନ୍ଦୁ ଧର୍ମ ରେ ଖୁବ ମହତ୍ୱ ରହିଛି l ତେଣୁ ମାନ୍ୟତା ଅନୁସାରେ କିଛିଟା ଏଭଳି ଉପାୟ ରହିଛି, ଯାହାଦ୍ୱାରା ଆମେ ନିଜ ଜୀବନ ରେ ବିଶେଷ ପରିବର୍ତନ ହେବ l  ଏହାଛଡା ଏହିସବୁ ଉପାୟ ଦ୍ୱାରା ଧନ ସମସ୍ୟା ମଧ୍ୟ ଦୂର ହୋଇଥାଏ l  ଅନେକ ସମୟରେ ଧନ କୁ ନେଇ ଅନେକ ପ୍ରକାର ବାଧା ବିଘ୍ନ ଜୀବନ ରେ ଆସିଥାଏ ଓ ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ର ରେ ଲୁଣ ପାଣିରେ ଏହି ଉପାୟ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୁଏ l

– ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଲୁଣ ମିଶାଇ ଘରର ଦକ୍ଷିଣ – ପଶ୍ଚିମ କୋଣରେ ରଖି ଦିଅନ୍ତୁ, ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ l ଏହାଛଡା ଏହା ବାସ୍ତୁ ଦୃଷ୍ଟିରୁ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ l

– ପ୍ରତି ରବିବାର ଦିନ ଲୁଣ ପାଣିରେ ଘରକୁ ପୋଛିବା ଉଚିତ l  ଏହାଦ୍ୱାରା ଋଣ ଭାର ରୁ ମୁକ୍ତି ମିଳିଥାଏ ଏବଂ ଜୀବନ ରେ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ଏହାଦ୍ୱାରା ରୋଗ ବୈରାଗ ମଧ୍ୟ ଦୂର ହୋଇଥାଏ l

– ଗୋଟିଏ କାଚ ଗ୍ଲାସ ରେ ଦୁଇଚାମଚ ଲୁଣ ମିଶାଇ ନିଜ ଗାଧୁଆ ଘରେ ଗୋଟିଏ କୋଣରେ ରଖି ଦିଅନ୍ତୁ, ଏହାଦ୍ୱାରା ନକାରାତ୍ମକ ଉର୍ଜା ଦୂର ହେବ ଏବଂ ଘରକୁ ସକାରାତ୍ମକ ଶକ୍ତି ର ଆଗମନ ହେବ l

– ବେଳେବେଳେ ଛୋଟ ଛୁଆ ଙ୍କୁ ଖରାପ ଦୃଷ୍ଟି ଲାଗି ଯାଇଥାଏ, ତେଣୁ ଏହି ଅସୁବିଧାରୁ ପିଲାଙ୍କୁ ଦୁରେଇ ରଖିବା ପାଇଁ ସପ୍ତାହକୁ ଗୋଟିଏ ଦିନ ଲୁଣ ପାଣିରେ ଗାଧୋଇ ଦିଅନ୍ତୁ l  ଖରାପ ନଜର ଲାଗିବ ନାହିଁ l

– ଘରେ କ୍ଳେଶ, ଝଗଡା, ଅଶାନ୍ତି ଲାଗି ରହୁଥିଲେ ଗାଧୁଆ ଘରର ଗୋଟିଏ କୋଣରେ ଗୋଟିଏ କାଚ ପାତ୍ରରେ ଲୁଣ ରେ ପାଣି ମିଶାଇ ରଖି ଦିଅନ୍ତୁ l କୁହାଯାଏ ଯେ ଏହାଦ୍ୱାରା ଗୃହ କ୍ଳେଶ ଦୂର ହୋଇଥାଏ l

– ଯଦି ଆପଣ ଘରର ଉତ୍ତର ଦିଗରେ ଲୁଣ ପାଣି ରଖିବେ ତେବେ କୁବେର ଙ୍କ କୃପା ପ୍ରାପ୍ତ ହେବ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l

Nalco
Leave A Reply