Odisha news

ବାସ୍ତୁ ଟିପ୍ସ : ନିଜ ଠାକୁର ଘରେ କିଭଳି ଭାବରେ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତି ରଖିବା ଆବଶ୍ୟକ

0
ଆମ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ରହିଛି l ତେଣୁ ଆମେ ଭଗବାନ ଗଣେଶ ଙ୍କୁ ଶୁଭ ଓ ମା ଲକ୍ଷ୍ମୀଙ୍କୁ ଲାଭ ବୋଲି କୁହାଯାଇଥାଏ l ତେଣୁ ଏହି ଦୁଇଟି ଠିକ ଦିଗରେ ରହିବା ନିହାତି ଆବଶ୍ୟକ l ବାସ୍ତୁ ଅନୁସାରେ ଘର ମନ୍ଦିର ରେ ଯଦି ଲକ୍ଷ୍ମୀଙ୍କ ମୂର୍ତି ଯଦି ଠିକ ସ୍ଥାନରେ ରହିଥାଏ ତେବେ ବିଶେଷ ଲାଭ ହୋଇଥାଏ l ଆସନ୍ତୁ ଆଜି ଜାଣିବା ଲକ୍ଷ୍ମୀ ଗଣେଶ ଙ୍କ ମୂର୍ତି କେଉଁ ସ୍ଥାନରେ ରହିବା ଜରୁରୀ l

* ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନ ଗଣେଶ ବୁଦ୍ଧି ଓ ଜ୍ଞାନର ଦେବତା ଅଟନ୍ତି l ତା ସହିତ ମା ଲକ୍ଷ୍ମୀଙ୍କୁ ଧନ ଓ ଐଶ୍ୱର୍ଯ୍ୟର ଦେବତା କୁହାଯାଏ l ଘରର ପୂଜା ସ୍ଥଳ କିମ୍ବା ଅଫିସ ରେ ଯେ କୌଣସି ସ୍ଥାନରେ ଉଭୟଙ୍କ ମୂର୍ତ୍ତିକୁ ଏକ ସାଙ୍ଗରେ ରଖା ଯାଇଥାଏ l ଏହାଛଡା ବିଶେଷ ଶୁଭ ମୁହୁର୍ତରେ ବିଶେଷ ପୂଜାର୍ଚନା କରାଯାଇ ଥାଏ l ଏହି ଦୁଇଟି ଦେବତାଙ୍କୁ ଏକା ସାଙ୍ଗରେ ରଖିବାର କାରଣ ହେଉଛି ଯଦି ବ୍ୟକ୍ତି ନିକଟରେ ଜ୍ଞାନ ନଥାଏ ତେବେ ସେ ଧନ ର ବ୍ୟବହାର ଭୁଲ କାର୍ଯ୍ୟରେ କରିଥାଏ l ତେଣୁ ଉଭୟଙ୍କ ମୂର୍ତି ସର୍ବଦା ଏକାଠି ରଖିବା ଜରୁରୀ l

* ନିଜ ଠାକୁର ଘରେ ଗଣେଶ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଉତ୍ତର ଦିଗରେ ରଖିବା ଆବଶ୍ୟକ l ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗ ସବୁଠୁ ପବିତ୍ର ଓ ସକାରାତ୍ମକ ସ୍ଥାନ ଅଟେ l ଏହାଛଡା ଘରର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇ ଘରକୁ ସକାରାତ୍ମକ ଉର୍ଜା ଆସିଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ସର୍ବଦା ଗଣେଶଙ୍କ ଡାହାଣ ପାର୍ଶ୍ୱରେ ରଖିବା ଉଚିତ l ଯଦି ଆମେ ଭୁଲ ସ୍ଥାନରେ ରଖିବା ତେବେ ଗୃହରେ ଆର୍ଥିକ ବିପତି ଦେଖାଦେବ l ବିଶେଷ ଭାବରେ କହିବାକୁ ଗଲେ ପୁରୁଷଙ୍କ ବାମ ପାର୍ଶ୍ୱରେ ତାଙ୍କ ପତ୍ନୀ ବାସନ୍ତୀ l କିନ୍ତୁ ଲକ୍ଷ୍ମୀ ଗଣେଶ ଙ୍କ ପତ୍ନୀ ନୁହନ୍ତି l  ତେଣୁ ଲକ୍ଷ୍ମୀ ଗଣେଶଙ୍କ  ଦକ୍ଷୀଣ ପାର୍ଶ୍ୱରେ ବସିଲେ ଗୃହକୁ ସୁଖ, ସମୃଦ୍ଧି, ଯଶ ସବୁ କିଛିର ଆଗମନ ହୋଇଥାଏ l

Nalco
Leave A Reply