ମାତ୍ର ୧୦ ଟଙ୍କାର ଫିଟିକିରି ଆପଣଙ୍କ ପାଇଁ ଖୁବ ପ୍ରଭାବଶାଳୀ ହୋଇପାରେ, ବାସ୍ତୁ ଶାସ୍ତ୍ର ଅନୁସାରେ ଫିଟିକିରି ଖୁବ ଶୁଭ ଓ ପବିତ୍ର ଅଟେ l ଆଜି ଆସନ୍ତୁ ଜାଣିବା ଫିଟିକିରି କୁ ନେଇ କିଛିଟା ବାସ୍ତୁ ଟିପ୍ସ l ଯାହାକୁ ଆପଣାଇ ଆପଣ ମଧ୍ୟ ଜୀବନରେ ସୁଖ ସମୃଦ୍ଧି ଲାଭ କରିବେ l
* ଯଦି ଆପଣଙ୍କ ନିକଟରେ ଧନ ରହୁନାହିଁ, ତେବେ ଆପଣ ନିଜ ଆଲମାରୀ ଖଣ୍ଡିଏ ଫିଟିକିରି ନାଲି କପଡ଼ାରେ ଗୁଡ଼ାଇ ରଖି ଦିଅନ୍ତୁ l ଏହାଦ୍ୱାରା ଆପଣଙ୍କ ଧନ ସଂଚୟ ହୋଇଥାଏ l
* ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣ କଳା ରଙ୍ଗର କପଡା ରେ ଫିଟିକିରି ଖଣ୍ଡେ ବାନ୍ଧି ମୁଖ୍ୟ ଦ୍ୱାରରେ ଓହଳାଇ ଦିଅନ୍ତୁ l
* ଯଦି ଗୃହ ସ୍ୱାମୀ ଋଣଭାର ରେ ବୁଡି ଯାଇଛନ୍ତି, ଋଣ ପରିଶୋଧ କରି ପାରୁ ନାହାନ୍ତି ତେବେ ଖଣ୍ଡିଏ ଫିଟିକିରିରେ ନାଲି ସିନ୍ଦୁର ଛିଂଚି ରଖନ୍ତୁ ଏହାଦ୍ୱାରା ଋଣଭାର ରୁ ମୁକ୍ତି ମିଳିବ l
* ପରିବାରରେ ସର୍ବଦା କଳହ ଦେଖା ଯାଉଥିଲେ ତେବେ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ପାଣିରେ ଫିଟିକିରି ଖଣ୍ଡିଏ ପକାଇ ରଖି ଦିଅନ୍ତୁ l ଏହାକୁ ସକାଳେ ଘର ବାହାରେ ଢାଳି ଦିଅନ୍ତୁ l ତେବେ ପରିବାରର କଳହ ଦୂର ହେବ l
* ଘରର ବାସ୍ତୁଦୋଷ ଦୂର କରିବା ପାଇଁ ନିଜ ଘରର ପ୍ରତ୍ୟେକ କୋଠରୀ ରେ ଗୋଟିଏ ପାତ୍ର ରେ ଲୁଣ ସହିତ ଫିଟିକିରି ଖଣ୍ଡିଏ ରଖନ୍ତୁ ବସ୍ତୁ ଦୋଷ ଦୂର ହେବ l
* ଯଦି ଆପଣଙ୍କ ପର୍ସ ରେ ଫିଟିକିରି ଖଣ୍ଡିଏ ରଖନ୍ତୁ , ଯାହାଦ୍ୱାରା ପଇସା କମ ଖର୍ଚ ହୋଇଥାଏ l
