Odisha news

ଗୁରୁବାର ଦିନ କରନ୍ତୁ ଏହିସବୁ ବାସ୍ତୁ ଉପାୟ, ମିଳିବ ଜୀବନ ରେ ସୁଖ ସମୃଦ୍ଧି ଓ ସଫଳତା

0

ଆମେ ପ୍ରାୟ ସମସ୍ତେ ଗୁରୁବାର ଦିନର ପୁଜାଟିକୁ ଖୁବ ଭକ୍ତି ଶ୍ରଦ୍ଧା ସହକାରେ କରିଥାଉ, ଏହି ଦିନଟି ମାତା ଲକ୍ଷ୍ମୀଙ୍କ ଦିନ ତେଣୁ ଏହିଦିନ ବିଧିବଧ ଭାବରେ ଲକ୍ଷ୍ମୀଙ୍କୁ ପୂଜାର୍ଚନା କରା ଯାଇଥାଏ l କିନ୍ତୁ ଏତିକି କେବଳ ଯଥେଷ୍ଠ ନୁହେଁ l କାରଣ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ପୂଜା ସହିତ ଆଉ କିଛିଟା କାର୍ଯ୍ୟରେ ମଧ୍ୟ ପରିବର୍ତନ କରିବାକୁ ପଡିବ l

କାରଣ ପ୍ରତିଟି ମଣିଷ ଧନ ରୋଜଗାର କରିବାକୁ ଇଛା କରି ଥାଆନ୍ତି l ଯଦି ଘରେ କିମ୍ବା ଆପଣଙ୍କ ଜୀବନ ରେ ଧନ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉଛି ତେବେ ବାସ୍ତୁ ଶାସ୍ତ୍ରକୁ ଧ୍ୟାନ ଦେବା ଜରୁରୀ l ତେଣୁ ଗୁରୁବାର ଦିନ ଆପଣାନ୍ତୁ ଏହିସବୁ ବାସ୍ତୁ ଉପାୟ l

ଗୁରୁବାର ଦିନ ଆପଣାନ୍ତୁ ଏହି ବାସ୍ତୁ ଉପାୟ -:

* ନିଜ ଗୃହରେ କଦାପି ଭଙ୍ଗା ଟୂଟା ଜିନିଷରେ ସଜାଇବା ଉଚିତ ନୁହେଁ l ଏହା କଳହ କରାଇ ଥାଏ , ଏହାଛଡା ଧନ ଆସିବାରେ ବାଧା ଉପୁଜିଥାଏ l ତଥାପି ଗୁରୁବାର ଦିନ ଭଙ୍ଗା ଜିନିଷ ମଧ୍ୟ ଘରୁ ବାହାର କରିବା ଉଚିତ ନୁହେଁ l ଏହାଦ୍ୱାରା ମଧ୍ୟ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ l ତେଣୁ ଗୁରୁବାର ଛଡା ଏହି ଭଙ୍ଗା ଜିନିଷ ଅନ୍ୟଦିନ ଘରୁ କାଢି ଫିଙ୍ଗି ଦିଅନ୍ତୁ l

* ଯଦି ଆପଣ ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଘରର ଆଲମିରା କୁ ଦକ୍ଷିଣ ଦିଗରେ କାନ୍ଥକୁ ଲଗାଇ ରଖନ୍ତୁ l ଯେପରି ତାର ମୁହଁ ଉତ୍ତର ଦିଗକୁ ରହିବ ଓ ଲକ୍ଷ୍ମୀଙ୍କ କୃପା ଲାଭ ହେବ l ଏହା ଛଡା ଧନ ସମ୍ବନ୍ଧୀୟ ଅସୁବିଧା ରହିବ ନାହିଁ l

* ଘରର ଅଳିଆ ଆବର୍ଜନା କଦାପି ଐଶାନ୍ୟ କୋଣରେ ରଖିବା ଉଚିତ ନୁହେଁ l ଅଳିଆ ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ l ନଚେତ ଘରେ ନକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ l

* ଗୁରୁବାର ଦିନ କଦାପି ଚିରା ଫଟା ପିନ୍ଧିବା ଠିକ ନୁହେଁ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପାରୁ ଦୁରେଇ ରହିବେ l ଗୁରୁବାର ଦିନ ବିଶେଷ ଭାବରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଶୁଭ ଅଟେ l

* ଗୁରୁବାର ଦିନ କଦାପି ଘର ଧୁଆ ପୋଛା କରନ୍ତୁ ନାହିଁ l ଆପଣ ଏହି କାର୍ଯ୍ୟ ବୁଧବାର ଦିନ କରିବା ଉଚିତ ନଚେତ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହେବେ ଓ ଧନ ସମ୍ବନ୍ଧୀୟ ଅସୁବିଧା ଦେଖା ଦେଇଥାଏ l

* ପ୍ରତି ଗୁରୁବାର ଦିନ ଘରେ ସକାଳୁ ଗଙ୍ଗା ଜଳ ଛିଞ୍ଚିବା ଶୁଭ ଅଟେ l  ଏହାଦ୍ୱାରା ଘରର ବାତାବରଣ ସୁଧ ହୋଇଥାଏ ଓ ମନରେ ଶାନ୍ତି ମିଳିଥାଏ l

Leave A Reply

Your email address will not be published.