Odisha news

ରାଇରଙ୍ଗପୁର ଜେଲର ଆଜୀବନ କଏଦୀ ଶୌଚ ବାହାନାରେ ଚମ୍ପଟ ମାରିଲା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜେଲରେ ଆଜୀବନ କାରାଦଣ୍ଡ କାଟୁଥିବା ଜଣେ କଏଦୀ ଶୌଚ ବାହାନାରେ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ଗ୍ରାମର ଡମାନ ମାରାଣ୍ଡି ୨୦୧୬ ମସିହାରୁ ହତ୍ୟା ମାମଲାରେ ରାଇରଙ୍ଗପୁର ଜେଲରେ କଏଦୀ ଭାବରେ ରହିଆସୁଥିଲେ ।

ଏହି କଏଦୀ ଜଣଙ୍କ ବିଭିନ୍ନ ସମୟରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯକ୍ଷ୍ମା ରୋଗ ଚିକିସôା କରିବାପାଇଁ ଆସିଥାନ୍ତି । ମାତ୍ର ଚଳିତଥର ଚିକିସôା କରିବାକୁ ଆସି ଡାକ୍ତରଖାନାରୁ ଜେଲକୁ ଫେରୁଥିବାବେଳେ ବିଶୋଇ ଥାନା ଅନ୍ତର୍ଗତ ପାଣପୋଷି ଗ୍ରାମନିକଟସ୍ଥ ପୋଲ ନିକଟରେ ଶୌଚ ଯିବା ବାହାନାରେ ଡମାନ୍ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିଲେ । ଏନେଇ ଜେଲ କର୍ମଚାରୀ ଓ ପୋଲିସ ଫେରାର କଏଦୀଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଲାଇଥିବା ଜଣାଯାଇଛି ।

Leave A Reply