ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋପଡିଛନ୍ତି । ଗୁରୁବାର ୧୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୪୯୯କୁ ଛୁଇଁଛି । ଗୁରୁବାର ମୋଟ୍ ୧୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବିଶୋଇ ବ୍ଲକରୁ ଦୁଇଜଣ, ଯଶିପୁର ଏବଂ ତିରିଂ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ୧୧ଜଣ କରୋନା ଆକ୍ରାନ୍ତ କପ୍ତିପଦା, କରଞ୍ଜିଆ ଓ ମୋରଡା ବ୍ଲକରୁ ଜଣେ ଲେଖାଏଁ ଏବଂ ଶୁକୃଳି ବ୍ଲକରୁ ୮ଜଣ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ୍ ଫେରନ୍ତା ବୋଲି ଜଣାଯାଇଛି ।