ବାରିପଦା : ବାରିପଦା ପୌର ପରିଷଦରେ ଦୀର୍ଘ ୨୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ପେଲକା ମୁର୍ମୁ ନାମକ ସଫେଇ କର୍ମଚାରୀ ଗତକାଲି ସକାଳ ସମୟରେ ସଫେଇ କାମ ପାଇଁ ନିଜଘର କୁଳିଅଣା ବ୍ଲକ ତୁଳସୀବଣୀ ରୁ ଆସୁଥିବା ସମୟରେ କୁଚେଇ ପାୱାର ଗ୍ରିଡ୍ ନିକଟରେ ଏକ ଅଜଣା ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିଲେ ।
ଖବରପାଇ ସବୁଜସୁନ୍ଦର ଆବାହକ ଜିତେନ୍ଦ୍ର ମହାନ୍ତି ସ୍ୱର୍ଗତ ମୁର୍ମୁଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ୫ହଜାରଟଙ୍କା ତାଙ୍କ ସ୍ତ୍ରୀ ତୁମ୍ନି ମୁର୍ମୁଙ୍କୁ ସହାୟତା ପ୍ରଦାନ କରିଥିଲେ । ସ୍ୱର୍ଗତ ମୁର୍ମୁଙ୍କ ବିଧବା ମାଆ ଧାନୀ ମୁର୍ମୁ, ଦୁଇପୁଅ ଗୁରଭା ଓ ଆଦି ମୁର୍ମୁ ଶ୍ରୀମହାନ୍ତିଙ୍କୁ ଦୁର୍ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ଦୁର୍ଘଟଣା ଘଟାଇ ଯାଇଥିବା ଗାଡିକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହନ ନିମନ୍ତେ ଶ୍ରୀମହାନ୍ତି ସ୍ଥାନୀୟ କୁଳିଅଣା ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ସ୍ୱର୍ଗତ ମୁର୍ମୁ ଜଣେ ନିଷ୍ଠାପର ଓ କର୍ତ୍ତବ୍ୟ ପରାୟଣ ସଫେଇ କର୍ମଚାରୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି