Odisha news

କପ୍ତିପଦା ବ୍ଲକରେ ବୁଲବୁଲ ବାତ୍ୟା ଦୁର୍ନିତୀରେ କୋଟିକୋଟି ଟଙ୍କା ହଡପର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0

ବାରିପଦା,: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ୨୦୧୯ ବୁଲବୁଲ ବାତ୍ୟାରେ ପ୍ରବଳ କ୍ଷୟକ୍ଷତି ଦର୍ଶାଇ ବ୍ଲକ ପକ୍ଷରୁ ବିଭିନ୍ନ ମିଥ୍ୟା ତଥା ସୁପରକଳ୍ପିତ ଦର୍ଶାଇ ପ୍ରାୟ ଏକକୋଟି ଟଙ୍କା ଜିଲ୍ଲାଯୋଜନା ଓ ପ୍ରମଶନ ପକ୍ଷରୁ ମଞ୍ଜୁର କରାଯାଇଛି । ହେଲେ କୌଣସି ବିଧିବଦ୍ଧ କାର୍ଯ୍ୟର ପ୍ରସ୍ତୁତି ତଥା ଆର୍ଥୀକ ମଞ୍ଜୁରୀ ହୋଇନଥିବା ବେଳେ ବ୍ଲକ ପକ୍ଷରୁ କୌଣସି ବିଜ୍ଞପ୍ତି ମଧ୍ୟ ଜାରି ହୋଇନାହିଁ । ମାତ୍ର କିଛି ଠିକାଦାର କାର୍ଯ୍ୟାଳୟ ଦୁର୍ନିତିଗ୍ରସ୍ତ କର୍ମଚାରୀ, ପ୍ରଭାବଶାଳୀ ରାଜନେତାଙ୍କ ମିଳିତ ଚକ୍ରାନ୍ତରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

କାର୍ଯ୍ୟଗୁଡିକରେ କୌଣସି ବୋର୍ଡ ଲାଗି ନଥିବାବେଳେ କାର୍ଯ୍ୟର ଆଦେଶ ନିଦେ୍ର୍ଦଶ ନଥାଇ କାର୍ଯ୍ୟପ୍ରତି ଅଞ୍ଚଳବାସୀ ତଥା ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ଉଠିଥିଲା । ଏନେଇ ଜିତୁ ନାଏକ ନାମକ ଯୁବକ ତହସିଲଦାର କପ୍ତିପଦାଙ୍କୁ ଲୋକ ସୂଚନା ଅଧିକାର ଆଇନ୍ ୨୦୦୫ ବଳରେ ତଥ୍ୟ ମାଗିବାରୁ ଉତ୍ତରରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪୨୨୪ ନମ୍ବର ୧୧/୧୧/୨୦୧୯ ଅନୁଯାୟୀ ଉକ୍ତ ବ୍ଲକରେ ବୁଲବୁଲ ବାତ୍ୟାରେ କୌଣସି ପକ୍ଷରୁ କ୍ଷତି ହୋଇନଥିବା କିମ୍ବା ରିପୋର୍ଟ ନଥିବା ଦର୍ଶାଇବା ପରେ ସନେ୍ଦହ ବଢିଥିଲା ।

ଏନେଇ କପ୍ତିପଦା ବିଡିଓଙ୍କୁ ସୂଚନ ଅଧିକାରରେ ମାଗିବାରୁ ତଥ୍ୟ ପ୍ରଦାନ କଲେ ନାହିଁ ଓଲଟି ଅଭିଯୋଗକାରୀମାନଙ୍କ ବିରୋଧରେ ମାମଲା ରୁଜୁ କରି ଭୟଭୀତ କରାଇ ଘଟଣାଟିକୁ ଚାପି ଦେବା ପାଇଁ ପ୍ରୟାସ କରୁଛନ୍ତି ଏବଂ ସମସ୍ତ ରେକର୍ଡ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଛି କହି କୌଣସି ଉତ୍ତର ଦେଉନାହାଁନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦୁର୍ନିତିଗ୍ରସ୍ତ କର୍ମଚାରୀ ଠିକାଦାରଙ୍କ ବିରୋଧରେ କାର୍ଯ୍ୟଗ୍ରହଣ କରିବା ପାଇଁ ଆଜି ଜିଲ୍ଲାପାଳ ଓ ଏପଡି,ଡିଆରଡିଏଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ମାନସ ମିଶ୍ର, ସଯ୍ୟା ନାଏକ, ପ୍ରଶାନ୍ତ, ବାବୁ ମହାନ୍ତି, ଦଶରଥ ନାଏକ, ଜିତୁ ନାଏକ, ସଞ୍ଜୟ ବେହେରା, ସ୍ମୃତିରଞ୍ଜନ ଦାସଙ୍କ ସହ ପ୍ରମୁଖ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Nalco

Leave A Reply