ବାରିପଦା : ଚଳିତବର୍ଷ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ସେମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ଧାରଣା ଏବଂ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଏକ ବିଶେଷ ସୁତ୍ରରୁ ଖବର ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମାର୍ଚ୍ଚ ମାସରେ ୮୦ରୁ ଅଧିକ ଜଣଙ୍କୁ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା । ସାରା ଓଡିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ସମାନ ସମୟରେ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜିଲ୍ଲାର ଏହି ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ସେମାନଙ୍କର ଦରମା ପାଇସାରିଲେଣି । କିନ୍ତ ଦୁଃଖ ଏବଂ ପରିତାପର ବିଷୟ କି ମୟୂରଭଞ୍ଜ ଜିଲ୍ଲାରେ ନିଯୁକ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବର୍ତ୍ତମାନ ସୁଦ୍ଧା ତାଙ୍କର ପ୍ରଥମ ମାସ ଦରମା ବି ପାଇପାରିନାହାଁନ୍ତି । ଦୀର୍ଘ ୪ ମାସ ସମୟ ଅତିକ୍ରମ ହୋଇଯାଇଥିଲେ ମଧ୍ୟ ତାଙ୍କ ଦରମା ନଦିଆଯିବା ବିଡମ୍ବନାର ବିଷୟ ପାଲଟିଛି । ମେ ମାସ ୨୦ ତାରିଖ ସୁଧା ତାହା ଅଫିସ ରେ ଦାଖଲ କରିବା ପାଇଁ ଚିଠିରେ ଉଲ୍ଲେଖ ଥିଲା ।
କିନ୍ତୁ ଏଯାଏଁ ୨୦ ଦିନରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ସେମାନଙ୍କର ଏଚଆରଏମଏସ ପ୍ରସ୍ତୁତ ହୋଇପାରିନାହିଁ । ଯାହା ଫଳରେ ଏହି କାରଣରୁ ଦରମା ପାଇବା ରୁ ବଞ୍ଚିତ ହୋଇଛନ୍ତି ଏହି ନିରୀହ ଶିକ୍ଷକଶିକ୍ଷୟିତ୍ରୀ । ଅଫିସ ସହ ସମ୍ପର୍କ କରିବାକୁ ଗଲେ ପୁଣି କୁହାଯାଉଛି ଯେ, ଜିଆଇଏସ ମଞ୍ଜୁର ହେଲା ପରେ ଦରମା ହୋଇପାରିବ ତାହା ପୂର୍ବରୁ ନୁହଁ । ଏଠି ପ୍ରଶ୍ନ ଉଠୁଛି ଯଦି ଜିଆଇଏସ ନିତ୍ୟାନ୍ତ ଆବଶ୍ୟକ ଥିଲା ତାହାଲେ ଏଚଆରଏମଏସ ପ୍ରସ୍ତୁତ ହେବା ନିମନ୍ତେ ଆବଶ୍ୟକ ଥିବା କାଗଜପତ୍ର ମାଗିବା ସମୟରେ ଜିଆଇଏସ ନିମନ୍ତେ କାହିଁକି କିଛି ଆବଶ୍ୟକ ବୋଲି ଲେଖାଯାଇନଥିଲା ବୋଲି ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଲକ୍ଡାଉନ୍ ସମୟରେ ଏପରି ଭାବରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ହଇରାଣ ହରକତ କରିବାର କାରଣ ବୁଝି ହେଉନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏମିତି ବି ଅଭିଯୋଗ ଆସୁଛି ଯେ, ଦରମାପତ୍ର କରିଦେବା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଦେବା ପାଇଁ କିଛି ମୋଟା ଅଙ୍କର ଟଙ୍କା ଦାବି କରୁଥିବା କର୍ମଚାରୀ ଅଛନ୍ତି । ଏହିପରି ସଙ୍ଗୀନ ଅଭିଯୋଗ କିଛି ୨୦୨୦ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକଶିକ୍ଷୟିତ୍ରୀ ତାଙ୍କର ନାମ ଗୁପ୍ତ ରଖି ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ଏହିପରି ଏକ ମହାମାରୀ ସମୟରେ ଅର୍ଥର ଆବଶ୍ୟକତା କେତେ ଯେ ହୋଇପାରେ ତାହା ସମସ୍ତଙ୍କୁ ଜଣା ତେଣୁ ଏହି ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀମାନେ ଅର୍ଥ ଅଭାବରୁ ନାନାଦି ଦୁଃଖ କଷ୍ଟରେ ନିଜର ଜୀବନ ଅତିବାହିତ କରୁଛନ୍ତି । ସେମାନେ ବାରମ୍ବାର ଅଫିସ ଦୌଡୁଥିଲେ ମଧ୍ୟ କରୋନା କଟକଣାର ଆଳ ଦେଖାଇ ତାଙ୍କୁ ଅଫିସ ମଧ୍ୟକୁ ପ୍ରବେଶ କରିବାପାଇଁ ଦିଆଯାଉନାହିଁ । ନିଜର ଦୁଃଖ ଜଣାଇବାକୁ ବି ବଞ୍ଚିତ କରାଯାଉଅଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବହୁ ପୂର୍ବରୁ ବାରମ୍ବାର ସାକ୍ଷାତ କରାଯାଇଥିଲେ ମଧ୍ୟ ସେ ଦରମା ଯଥାଶିଘ୍ର ହେବ ବୋଲି କହିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ନିଦେ୍ର୍ଦଶକୁ କିଛି ଅଫିସ କର୍ମଚାରୀ ବେଖାତିର୍ କରି ଫୁ କରି ଉଡେଇ ଦେଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଯାହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦେ୍ର୍ଦଶ କୁ ଅଫିସ କର୍ମଚାରୀ ମାନେ ହେଜ୍ଞାନ କରିବା ସମୟରେ ଶିକ୍ଷକଙ୍କ ଦୁଃଖ ବୁଝିବ କିଏ ।
ତେଣୁ ଦରମା ପାଇବାକୁ ନେଇ ବିଭିନ୍ନ ଆଶା ଅଶଙ୍କାରେ ଏହି ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରହି ମାନସିକ ଚାପରେ ରହୁଛନ୍ତି । ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ମାସ ଶେଷରେ ଦରମା ହେବାରର କଡା ନିୟମ ଥିଲେ ମଧ୍ୟ ଏହି ନିୟମକୁ ଖୁଲମଖୁଲା ବେଖାତିର କରାଯାଇ ଫୁ କରି ଉଡେଇ ଦିଆଆଇଛି । ଯଦି ଆସନ୍ତା ଜୁନ୍ ମାସ ୨୦ ତାରିଖ ସୁଦ୍ଧା ଦରମା ନ ହୁଏ ତାହାଲେ ଏହି ୨୦୨୦ ବ୍ୟାଚରେ ନିଯୁକ୍ତି ପାଇଥିବା ଶିକ୍ଷକଶିକ୍ଷୟିତ୍ରୀମାନେ ସାମାଜିକ ଦୂରତାକୁ ରକ୍ଷା କରି ମୟୂରଭଞ୍ଜ ଜିଲ୍ଲା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସାହାଯ୍ୟ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏନେଇ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଦୃବଚରଣ ନାଏକଙ୍କୁ ଯୋଗାଯୋଗ କରାଯିବାରୁ ଏଚଆରଏମଏସ ପ୍ରସ୍ତୁତ କରାଯାଉଅଛି ଏବଂ ଏହା ପ୍ରସ୍ତୁତ ହୋଇଗଲେ ତୁରନ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଦରମା ପ୍ରଦାନ କରାଯିବ ବୋଲି ସଫେଇ ଦେଇଛନ୍ତି ।