ବାରିପଦା : ଶହୀଦ୍ ସ୍ମୃତି ଭବନ ପରିସରରେ ବଚପନ୍ ସ୍କୁଲର ଅଧ୍ୟକ୍ଷା ମୀନାକ୍ଷୀ ପାତ୍ରଙ୍କ ପୌରହିତରେ ବାର୍ଷିକ ଉସôବ ପାଳିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ରାଜକୁମାରୀ ମ୍ରୀନାଲିକା ଭଞ୍ଜଦେଓ ଅତିଥି ଭାବେ ଏବଂ ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜର ନୈତିକ ମୂଲ୍ୟବୋଧ ପ୍ରତିଷ୍ଠା କରିବାରେ ଶିକ୍ଷା କିପରି ସହାୟତା ହୋଇଥାଏ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଟ୍ରଷ୍ଟି ଶୁଭ୍ରାନ୍ତି ମହାନ୍ତି ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ବକ୍ତବ୍ୟ ରଖିଥିବାବେଳେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ଶିକ୍ଷୟତ୍ରୀ ଆଲଭିନା ସାୟବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।