Odisha news

ପୁଣି ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ୍ ଓଲଟି ଚାଳକଙ୍କ ମୃତୁ୍ୟ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟି ରାସ୍ତାରେ ପୁଣି ଦୁର୍ଘଟଣା ଘଟିଛି । ଏକ ପିଆଜ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତୁ୍ୟ ହୋଇଛି । ଘଟଣାରୁ ପ୍ରକାଶ ଯେ, କଲକତା ଯାଉଥିବା ଡବ୍ଲୁ୍ୟବି-୨୫କେ-୪୭୨୦ ନମ୍ବର ବିଶିଷ୍ଟ ପିଆଜ ବୋଝେଇ ଟ୍ରକ୍ଟି ବ୍ରେକ ଫେଲ ହେବାରୁ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଜୀବନ ବଞ୍ଚାଇବାକୁ ଯାଇ ଚାଳକ ଜଣଙ୍କ ଟ୍ରକ୍ରୁ ଡେଇଁ ପଡ଼ିଥିଲେ । ଫଳରେ ଟ୍ରକରେ ଚାପି ହୋଇଯିବାରୁ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତୁ୍ୟ ଘୋଷଣା କରିଥିଲା । ଅନ୍ୟ ୨ଜଣ ଆହତଙ୍କୁ ବାଙ୍ଗିରିପୋଷି ପୁଲିସ ଭ୍ୟାନରେ ଆଣି ପ୍ରାଥମିକ ଚିକିତ୍ସା କରାଯାଇଛି । ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ମୃତ ଚାଳକ ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳର ସଲିମ ଉଦିମ ଉଲ୍ଲା । ତେବେ ଦୁର୍ଘଟଣା ଘଟିବାର ଅଳ୍ପ ସମୟ ପରେ ଲୋକେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ପିଆଜ ବୋହି ନେଉଥିବାର ଦେଖିବାକୁ ମିଳିଥିଲା ।

IEC 2 years
Leave A Reply