ବାରିପଦା : ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏନେଇ ବୁଧବାର ପଦଯାତ୍ରାରେ ବାରିପଦା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ ହୋଇଛି । ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୂରଭଞ୍ଜ ଜିଲ୍ଲା ପରିଚିତ ଅଟେ । ପ୍ରାୟ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରନ୍ତି । ଏଠି ବସବାସ କରୁଥିବା ଅନେକ ଲୋକେ ସେତେ ମାତ୍ରାରେ ଆର୍ଥôକ ଭାବେ ସ୍ୱଚ୍ଛଳ ନୁହଁନ୍ତି । ତେଣୁକରି ପ୍ରତି ପରିବାରକୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇ ଦେବାପାଇଁ ଦାବି କରିଛନ୍ତି । ଏନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଦୀର୍ଘଦିନ ହେବ ଆନେ୍ଦାଳନ ଜାରି ଥିବାବେଳେ ୫ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୂର୍ବରୁ ପ୍ରଦାନ କରାଯାଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁକରି ପଦକ୍ଷେପ ଗ୍ରହଣ ନିମନ୍ତେ ଦାବି ଜଣାଇଛନ୍ତି । ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଓ ବିଜୁଳିର ୟୁନିଟ ଦରକୁ ହ୍ରାସ କରିବା । ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରୋଜଗାର ଜିଲ୍ଲାର ବାସିନ୍ଦାକୁ ଯୋଗାଇ ଦିଆଯାଉ । ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଉ । ଜମ୍ଭୀରା ପ୍ରୋଜେକ୍ଟ ପାଇଁ ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କର ବକେୟା ଟଙ୍କା ଶୀଘ୍ର ପ୍ରଦାନ କରାଯାଉ । ଉକ୍ତ କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ଶଙ୍କର୍ଷଣ ମିଶ୍ର, ଜିଲ୍ଲା ପ୍ରଭାରୀ ଜୟସୂର୍ଯ୍ୟ କାନୁନଗୋ, ରାଜ୍ୟ ଯୁବ ସଭାପତି ସୋମନାଥ ରାଉତ, ସହର ସଭାପତି ବିପ୍ଳବ ନାୟକ, ଜିଲ୍ଲା ଉପଦେଷ୍ଟା ବାସୁଦେବ ବେହେରା, ମହିଳା ଶାଖା ସଭାପତି ମାଉସୁଙ୍ଗି ସିଂ, ଶୁଳିଆପଦା ବ୍ଲକ ସଭାପତି ବାସନ୍ତୀ ରାଜ ଏବଂ ଅନ୍ୟାନ୍ୟ ଆମ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
