ବାରିପଦା : ରାଜ୍ୟରେ ଯୁବଶକ୍ତିର କଳାତ୍ମକ, କ୍ରିଡାତ୍ମକ ଏବଂ ଗୁଣାତ୍ମକ ବିକାଶ ଉଦେ୍ଦଶ୍ୟରେ ଆରମ୍ଭ ହୋଇଛି “ନୂଆ-ଓ’ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏହି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତା କରିଥିବା ବେଳେ ଏହି ବୈଠକକୁ ଜÿିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁ ପରିଚାଳନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଜିଲ୍ଲାବ୍ୟାପୀ ସଫଳ କରାଇବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକର ମୁଖ୍ୟ ଉଦେ୍ଦଶ୍ୟ, ରାଜ୍ୟ ସରକାରଙ୍କର ଯୁବଶକ୍ତି ବିକାଶ “ନୂଆ-ଓ’ କାର୍ଯ୍ୟକ୍ରମକୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଆଦୃତ କରାଇବା । ଏଣୁ ଏହି ଅବସରରେ, ଉକ୍ତ ବୈଠକରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ଲକ, ଉପଖଣ୍ଡ ଓ ପରବର୍ତ୍ତୀ ସମୟରେ ଜିଲ୍ଲା ସ୍ତରୀୟ ବିଭିନ୍ନ କ୍ରୀଡା, ରଚନାତ୍ମକ ଓ କଳାତ୍ମକ ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଇ ସେମାନଙ୍କ ପ୍ରତିଭା ବିକାଶ ପାଇଁ ଚେଷ୍ଟା କରିବା । ଏହି ବୈଠକରେ ସମସ୍ତ ବିଷୟରେ ସମୀକ୍ଷା କରି ଜିଲ୍ଲାପାଳ ଭରଦ୍ୱାଜ, ବାରିପଦା ସ୍ଥିତ ଏମପିସି (ସ୍ୱୟଂଶାସିତ) ମହାବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବରେ ନାମିତ କରିଥିଲେ । ଯଦ୍ୱାରା ଜିଲ୍ଲାସ୍ତରୀୟ ସମସ୍ତ ପ୍ରତିଯୋଗିତା ଏହି ମହାବିଦ୍ୟାଳୟର ସହଯୋଗ ଏବଂ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ ସମୁଦାୟ ୬ଟି କ୍ରିୟାରେ ଛାତ୍ରଛାତ୍ରୀ ମାନେ ଭାଗ ନେଇ ପାରିବେ ଏବଂ ଏହି ପ୍ରତିଯୋଗିତା ଉପଖଣ୍ଡ ସ୍ତରରେ ଆସନ୍ତା ୧୫ତାରିଖ ସୁଦ୍ଧା ସମାପ୍ତ ହୋଇ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏହି ମାସ ୧୯ତାରିଖ ଦିନ ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ଅନୁଯାୟୀ ସମସ୍ତ ମହାବିଦ୍ୟାଳୟ ଏହି “ନୂଆ-ଓ’ କାର୍ଯ୍ୟକ୍ରମରେ ଭାଗ ନେବେ ଏବଂ ସମସ୍ତ ମହାବିଦ୍ୟାଳୟର ଉକôୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜର ଦକ୍ଷତା ବିକାଶ ପାଇଁ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଇତ୍ୟବସରରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଏହି ସମସ୍ତ କାର୍ଯ୍ୟ ପାଇଁ ହେବାକୁ ଥିବା ପ୍ରାକ-ଯୋଜନା ମାନ ଏବଂ ସେହି ଯୋଜନା ଅନୁସାରେ ହେବାକୁ ଥିବା କାର୍ଯ୍ୟାବଳୀ ଦାୟିତ୍ୱରେ ବୀଭାଗୀୟ ଅଧିକାରୀ ମାନଙ୍କ ସହିତ ପରାମର୍ଶ କରି ବିଭିନ୍ନ ଦାୟିତ୍ୱ ଆବଣ୍ଟନ କରିଥିଲେ । ବିଶେଷ କରି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ, ଏହି ବୈଠକ ମାଧ୍ୟମରେ ଛାତ୍ର ପ୍ରତିନିଧି ମାନଙ୍କ ସହିତ କଥା ହୋଇ ଆଉ କେଉଁ କେଉଁ ନୂତନ ପନ୍ଥା ଯାହା ଏହି କାର୍ଯ୍ୟକ୍ରମକୁ ଆହୁରି ସରସ ଓ ସୁନ୍ଦର କରି ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ କର୍ଯ୍ୟାବଳୀ ଦାୟିତ୍ୱ ମଧ୍ୟରେ ସୁରକ୍ଷା, ସ୍ୱାସ୍ଥ୍ୟ, ସୂଚନା ଓ ପ୍ରସାରଣ, ଗମନାଗମନ, ଖାଦ୍ୟପେୟ, ପୁରସ୍କାର, ରାଜସ୍ୱର ଉଚିତ ନିର୍ଗମନ, ବିଭିନ୍ନ ଷ୍ଟଲ ଏବଂ ମଂଚ ଦାୟିତ୍ୱ ଆଦି ବିଷୟରେ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ନିଦେ୍ର୍ଧଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟ ପାଇଁ ବିଭିନ୍ନ ସବ-କମିଟି କରାଯାଇ ଏହାର ଚୂଡାନ୍ତ କାର୍ଯ୍ୟାବଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଚିକିତ୍ସା ଅଧିକ୍ଷକ ଡଃ ରୂପଭାନୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମହାରଣା, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଏମପିସି ମହାବିଦ୍ୟଳୟର ଅଧ୍ୟାପକ ଏବଂ ଛାତ୍ର ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ଜିଲ୍ଲା ଶିକ୍ଷା ଅଧିକାରିଣୀ ଦୀପ୍ତି ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ମୋହନ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ସଡକ ପରିବହନ ଅଧିକାରୀ ବିଶ୍ୱରାଜ ବେହେରା, ବାରିପଦା ମୁ୍ୟନିସିପାଲିଟି ନିର୍ବାହୀ ଅଧିକାରୀ, ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥ ଦେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା ଏବଂ ଜିଲ୍ଲା ପରିଷଦର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଉପସ୍ଥିତ ରହି ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।