Odisha news

କୃଷି ବିଭାଗ ପକ୍ଷରୁ ମୟୂରଭଞ୍ଜରେ ପାଳନ କରାଗଲା ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ

0

ବାରିପଦା  : କୃଷି ବିଭାଗ, ମୟୂରଭଞ୍ଜ ଓ କୃଷି ବିଜ୍ଞାନ, ମୟୂରଭଞ୍ଜ-୧, ଶ୍ୟାମାଖୁଣ୍ଟା ମିଳିତ ଅନୁକୁଲ୍ୟରେ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ହୋଇଯାଇଛି । ଇତ୍ୟବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ, ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ମୟୂରଭଞ୍ଜ-୧ ଡାଃ ସଂଘମିତ୍ରା ପଟ୍ଟନାୟକ, ମୟୂରଭଞ୍ଜ-୨ ଡାଃ ଦୀପକ କୁମାର ମହାନ୍ତି, ସହକାରୀ ପ୍ରକଳ୍ପ ନିଦେ୍ର୍ଦଶକ ଜଳଛାୟା ଚିନ୍ତାମଣି ଜେନା, ଜିଲ୍ଲା କୃଷି ଅଧିକାରୀ ଯଶିପୁର ତପନ କୁମାର ମହାପାତ୍ର, ଉଦଳା ଜୟନ୍ତ କୁମାର ରାଉତ, ବାଙ୍ଗରିପୋଷୀ ହେମନ୍ତ କୁମାର ଜେନା, କରଞ୍ଜିଆ ରାମଚନ୍ଦ୍ର ନାଏକ, ଏରିଆ ମ୍ୟାନେଜେର ମାଟ୍ରିକ୍ସ କାଞ୍ଚନ ଏସ.ଏମ ପାତ୍ର, ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଗଣ, ସଦର ମହକୁମାର ଗଣମାଧ୍ୟମ ପ୍ରତିନିଧିମାନେ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ଅତିଥି ଏବଂ କୃଷି ବୈଜ୍ଞାନିକ ତଥା ଅଧିକାରୀ ମାନେ ମୃତ୍ତିକା ଏବଂ ଚାଷ କାର୍ଯ୍ୟକୁ ଛାଡି ଦେଲେ ଦୈନନ୍ଦିନ ଜୀବନରେ ଏହାର ପ୍ରକୃତ ପ୍ରଭାବ ବିଷୟରେ ଆଲୋକପାତ କରିଥଲେ । ଏହି ଅବସରରେ, ପୂର୍ବରୁ “ମୃତ୍ତିକା ଓ ଜଳ-ଜୀବନର ଉତ୍ସ’ ବିଷୟରେ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ କୃତି ହୋଇଥିବା କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରଥମ ତିନିଜଣ ଛାତ୍ରଛାତ୍ରୀଙ୍କୁ ଫଳକ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ବରିଷ୍ଠ ବର୍ଗରେ ଆଶିଷ ବିଶ୍ୱାଳ ପ୍ରଥମ, କୁମାରୀ ଆନନ୍ଦିତା ମୈତି ଦ୍ୱିତୀୟ, କୁମାରୀ ପ୍ରଜ୍ଞାଶ୍ରୀ ମହାନ୍ତି ତୃତୀୟ ପୁରସ୍କାର ପାଇଥିଲେ । ସେହିପରି କନିଷ୍ଠ ବର୍ଗରେ କୁମାରୀ ଶ୍ରାବଣୀ ଜେନା ପ୍ରଥମ, ସାଇକ୍ରିଷ୍ଣା ମହାନ୍ତି ଦ୍ୱିତୀୟ, କୁମାରୀ ମୁସ୍କାନ ଖାତୁନ ପୁରସ୍କାର ପାଇଥିଲେ । ଏହି ଅନୁକୁଲ୍ୟରେ ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟତଃ ସାରଦା ହାଁସଦା, ସହକାରୀ କୃଷି ନିଦେ୍ର୍ଦଶକ, ମୃତ୍ତିକା ରସାୟନ କୁମାରୀ ମଧୁସ୍ମିତା ଜେନା, ସହକାରୀ କୃଷି ନିଦେ୍ର୍ଦଶକ, ସୁଧାଂଶୁ ଶେଖର ପଣ୍ଡା, ସହକାରୀ କୃଷି ଅଧିକାରୀ ପରିଚାଳନା କରିଥିଲେ ଏବଂ ଅନ୍ୟ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ ।

Leave A Reply