Odisha news

କ୍ରୀଡା ପ୍ରତିଯୋଗିତା-୫ଟି ଉପକ୍ରମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପାଇଁ ଆରମ୍ଭ ହେଲା ପଞ୍ଜୀକରଣ

0

ବାରିପଦା  : କ୍ରୀଡା ପ୍ରତିଯୋଗିତା-୫ଟି ଉପକ୍ରମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପାଇଁ ଆରମ୍ଭ ହେଲା ପଞ୍ଜୀକରଣ । ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମୁ୍ୟନିସିପାଲିଟି, ମହାନଗର ନିଗମରେ ଅନୁଷ୍ଠିତ ହେବ ଏହି କ୍ରୀଡା ପ୍ରତିଯୋଗିତା । ଯୁବଶକ୍ତିର ବିକାଶ ପାଇଁ କ୍ରୀଡା କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଗ୍ରେ ଥିବା ବେଳେ ରାଜ୍ୟସରକାର ଏହାକୁ ଅଧିକ ପ୍ରୋତ୍ସାହିତ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି କ୍ରୀଡା ପ୍ରତିଯୋଗିତା-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ସୂଚନା ଅନୁଯାୟୀ ଏହି କ୍ରୀଡା ପ୍ରତିଯୋଗିତା ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମୁ୍ୟନିସିପାଲିଟି, ମହାନଗର ନିଗମରେ ଅନୁଷ୍ଠିତ ହେବ । ପ୍ରତିଯୋଗିତାରେ କ୍ରିକେଟ୍, ହକି, ଫୁଟବଲ, କବାଡ଼ି, ଖୋ-ଖୋ, ଭଲିବଲ୍ ଆଦି ଖେଳ ଅନ୍ତର୍ଭୁକ୍ତ ଏବଂ ଉଭୟ ପୁରୁଷ ଓ ମହିଳା ଏଥିରେ ଅଂଶଗ୍ରହଣ କରିପାରିବେ । ଅଂଶଗ୍ରହଣ ପାଇଁ ଯୋଗ୍ୟ ସମସ୍ତ ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କ ବୟସ ୧୩ ରୁ ୩୫ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ଜଣେ ପ୍ରତିଯୋଗୀ ଏକାଧିକ କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ ନିମନ୍ତେ ଆବେଦନ କରିପାରିବେ । ଆଶାୟୀ ଖେଳାଳି ପ୍ରତିଯୋଗୀ, ୱେବ୍ ସାଇଟ୍ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦକ୍ଟ୍ରକ୍ଟକ୍ସଗ୍ଧଗ୍ଦ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ କୁ ଯାଇ ନିର୍ଦ୍ଧାରିତ ଅନ୍ଲାଇନ୍ ଫର୍ମରେ ସମସ୍ତ ସୂଚନା ପୂରଣ କରିପାରିବେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀ ନିଜେ ରହୁଥିବା ଅଞ୍ଚଳରୁ ହିଁ ପଞ୍ଜିକରଣ କରିପାରିବେ । ସୂଚନାଯୋଗ୍ୟ ଯେ ପଞ୍ଜୀକରଣ ଅବଧି ଚଳିତ ନଭେମ୍ବର ୫ରୁ ନଭେମ୍ବର ୨୦ତାରିଖ ପର୍ଯ୍ୟନ୍ତ ରହିଛି ଏବଂ ଏଥିରେ ବିଜୟୀ ଦଳମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି ।

Nalco
Leave A Reply