Odisha news

ରାଜ୍ୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ମୟୂରଭଞ୍ଜ ରୁ ୨୪

0

ବାରିପଦା  : ଓଡିଶା ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବର୍ଗର ଖୋ-ଖୋ ପ୍ରତିଯୋଗିତା ଚଳିତ ଅକ୍ଟୋବର ମାସ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପୋଲିସ ଟ୍ରେନିଂ କଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବାଳକ ଟିମ ମ୍ୟାନେଜର ଭାବେ ରିଜୋନାଲ ଏକାଡେମୀ ପୁରୁଣା ବାରିପଦାର ପିଇଟି ରାମନାରାୟଣ ପାଣ୍ଡେ ଓ ବାଳିକା ଟିମ ମ୍ୟାନେଜର ଭାବେ ପଥୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ସୁଚିତ୍ରା ମହାନ୍ତଙ୍କ ନେତୃତ୍ୱରେ ୨୪ଜଣ କ୍ରୀଡାବିତ୍ତ ଯୋଗ ଦେଇଛନ୍ତି । ସେମାନେ ହେଲେ ୧୭ବର୍ଷରୁ କମ୍ ବାଳକ ବିଭାଗରେ ସିମାଲ ପ୍ରସାଦ ବାସ୍କେ, ଏମ.ମହେଶ୍ୱର ହାଁସଦାଃ, ରାଧା ମାଧବ ନାଏକ, ସାଇବୁ ମୁର୍ମୁ, ସୁନ୍ଦର ମୋହନ ମାରାଣ୍ଡି, ସାଇ ସାଧନ ଭଞ୍ଜବାବୁ, ଆକାଶ ବେସ୍ରା, ଶୁଭମ ଡଙ୍ଗୁଆ, ଫଗୁରାମ ସୋରେନ, ଦେବାଶିଷ ପାତ୍ର, ସାଙ୍ଘାଳ ପୂର୍ତ୍ତି, ଅଂକୁଳ ସିଂ ଓ ବାଳିକା ବିଭାଗରେ ସମିତା ମାଝୀ, ଧାନୀ ଟୁଡୁ, ସୁମିତା ମହାନ୍ତ, ସଲମା ସୋରେନ, ସମିତା ମୁର୍ମୁ, ଢେଲ କିସ୍କୁ, ମାଳତୀ ସୋରେନ, ସାବିତ୍ରୀ ସିଂ, ଜ୍ୟୋତ୍ସ୍ନାରାଣୀ ସିଂ, ଜସ୍ମି ମୁର୍ମୁ, ଛିତା ମୁର୍ମୁ, ବିଷ୍ଣୁ ପ୍ରିୟା ତୁଙ୍ଗ ପ୍ରମୁଖ । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି ।

Nalco
Leave A Reply