Odisha news

ସାମାଜିକ ଅନୁଷ୍ଠାନ ରୁପାୟନ ପକ୍ଷରୁ ବନ୍ଧୁମିଳନ

0

ବାରିପଦା : ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ରୁପାୟନ ପକ୍ଷରୁ ଶୁଭେଛୁମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦିକା ଶ୍ରଦ୍ଧାଞ୍ଜଳୀ ରାୟଙ୍କ ପୌରହିତ୍ୟରେ ଏବଂ ବାସୁଦେବ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବନ୍ଧୁମିଳନ ଉସôବରେ ବାରିପଦାର ବହୁ ସାମାଜିକକର୍ମୀ, କଳାକାର, ସାମ୍ବାଦିକ, କବି ଓ ଲେଖକମାନେ ଯୋଗଦାନ କରିଥିଲେ । ଉକ୍ତ ଉସôବରେ ଶ୍ରୀମତୀ ରାୟ ରୁପାୟନରେ ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ସାମିଲ କରି ଏହାକୁ ଏକ ବୃହତ ସଂଗଠନରେ ପରିଣତ କରିବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ ।

ଆଗାମୀ ଦିନରେ ଜିଲ୍ଲାରେ ରକ୍ତଦାନ ଶିବିର, ନିଷ୍ପେସିତ ପୀଡିତ ମାନଙ୍କୁ ନ୍ୟାୟ ସହାୟତା ପ୍ରଦାନ, ସାମାଜିକ ଓ ଘରୋଇ ହିଂସାର ସମାଧାନ, ନିଶାନିବାରଣ, ସାମଜିକ ସଚେତନତା ସୃଷ୍ଟି, କଳା ସଂସ୍କୃତିର ରକ୍ଷଣା ବେକ୍ଷଣ ଆଦି ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇ ନେବାର ସିଦ୍ଧାନ୍ତ ନିଆଯାଇ ରୁପରେଖ ପ୍ରସ୍ତୁତ କରାଯାଇଥିଲା ।

ଉକ୍ତ କମିଟିରେ ସଭାପତି ବରିଷ୍ଠ ସାମ୍ବାଦିକ ବିଜୟ ମହାପାତ୍ର, ଉପସଭାପତି ସାମାଜିକ କର୍ମୀ ବାସୁଦେବ ସାହୁ, ସମ୍ପାଦିକା ଆଇନଜୀବି ପାର୍ବତୀ ବାରିକ, ଯୁଗ୍ମସମ୍ପାଦକ ସାମ୍ବାଦିକ ଦୀପକ ନାୟକ, କବୟତ୍ରୀ ଓ ସାମାଜିକ କର୍ମୀ ସାଗରିକା ମହାନ୍ତି କୋଷାଧ୍ୟକ୍ଷା ଓ ସଂଯୋଜିକା ଭାବେ ଏବଂ ବରିଷ୍ଠ ସମାଜସେବୀ ଓ ସିନେତାରକା ଅସିତ୍ ପତି, ସାମ୍ବାଦିକ ଓ ସାମାଜିକକର୍ମୀ ଭବେଶ ପାଣିଗ୍ରାହୀ, ଶକ୍ତିପଦ ଦାସ, ବୀଣାପାଣୀ ରାଉତ, ସୁଧାମୟୀ ଦାସ, ସୁସ୍ମିତା ଘୋଷାଲ, ପ୍ରଦୀପ କୁମାର ଦାସ ଓ ସତ୍ୟାନନ୍ଦ ସେଜପଡା ପ୍ରମୁଖଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ଚୟନ କରାଯାଇଛି ।

ତତ୍ସହିତ ରୁପାୟନ ପକ୍ଷରୁ ଏକ ଲେଖକସାମୁଖ୍ୟ ମଧ୍ୟ ଗଠନ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏହି ବନ୍ଧୁମିଳନ ଉସôବ ରେ ପ୍ରଜ୍ଞା ପାରମିତା ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ସାଗରିକା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଦେବସ୍ମିତା ଦାସ, ମନୋଜ ବେହେରା,ଲ ସଞ୍ଜିବ୍ କୁମାର ରଣଜିତ୍, ଦିଲ୍ଲୀପ କୁମାର ପାତ୍ର, ଅରବିନ୍ଦ ଦାସ ଓ ଅଶୋକ କୁମାର ବସ୍ତିଆ ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.