Odisha news

ଗାନ୍ଧି ଜୟନ୍ତୀ ଉପଲେକ୍ଷ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଗାନ୍ଧି ଜୟନ୍ତି ଉପଲକ୍ଷେ ଏମକେସି ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । “ଆଧୁନିକ ଭାରତରେ ମହାମାଗାନ୍ଧିଙ୍କ ପ୍ରଭାବ” ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏହି ବକ୍ତୃତା ପ୍ରତିଯୋଗିତାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବର୍ଗରେ ଓଏଭି, ମୋରଡାର ପ୍ରଭୁପାଦ ନାୟକ ପ୍ରଥମ, ଏମ୍କେସି ହାଇସ୍କୁଲର ଜୟଦେବ ଦେ ଦ୍ୱିତୀୟ, ଓଏଭି ରାଣୀଭୋଳର ଏମ୍ଡି ବସ୍ତାଗୀର ହାସନ ତୃତୀୟ ସାନ ଅଧିକାର କରିଛନ୍ତି । ହାଇସ୍କୁଲ ସ୍ତରରେ ବାରିପଦା ସ୍ଥିତ ବଳାଙ୍ଗୀ ସରକାରୀ ବାଳିକା ବିଦ୍ୟାଳୟର ମନୀଷା ଅପରାଜିତା ପାତ୍ର ପ୍ରଥମ, ଓଏଭି ମୋରଡାର ରାମକୃଷ୍ଣ ବାରିକ ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ପଶୁଦାର ଦୀପସିତା ମିଶ୍ର ତୃତୀୟ ସାନ ଅଧିକାର କରିଛନ୍ତି ଉଚ୍ଚ ମାଧମିକ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଓଏଭି ମୋରଡାର ପ୍ରଭୁ ରଞ୍ଜନ ବେହେରା ପ୍ରଥମ, ଓଏଭି ରାଣୀଭୋଳର ସୁରଜ ଦତ୍ତ ଦ୍ୱିତୀୟ ଓ ବାରିପଦା ଉଚ୍ଚ ମାଧମିକ ବିଦ୍ୟାଳୟର ରଘୁନାଥ ହେମ୍ବ୍ରମ ତୃତୀୟ ସାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ ସମ୍ମାନିତ ହୋଇଥିବାବେଳେ ଏମ୍କେସି ହାଇସ୍କୁଲର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଚାରକ ଭାବେ ଆଞ୍ଚଳିକ ମହାବିଦ୍ୟାଳୟ ଗଡିଆର ଅବସରପ୍ରାପ୍ତ ଅଧକ୍ଷ ରାଜେନ୍ଦ୍ର ସାମଲ, ସରକାରୀ ଉଚ୍ଚ ବିଦ୍ୟାଳୟ କଣ୍ଟାପାଳର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ଓ ଏମ୍କେସି ହାଇସ୍କୁଲର ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁତ୍ତ କୁମାର ପରିଡା ଯୋଗ ଦେଇଥିଲେ । କୃତୀ ପ୍ରତିଯୋଗୀମାନେ ଗାନ୍ଧି ଜୟନ୍ତୀରେ ଜିଲାସ୍ତରୀୟ ସ୍ୱରେ ପୁରସ୍କୃତ ହେବେ ।

Leave A Reply