ବାରିପଦା : ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଓ ୧୭ବର୍ଷ ରୁ କମ ବାଳକ ଓ ବାଳିକା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ବଲାଙ୍ଗୀର ଜିଲ୍ଲା ସ୍ଥିତ ପୃଥ୍ୱୀରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଇଣ୍ଡୋର ହଲ ଠାରେ ସେପ୍ଟେମ୍ବର ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକକ୍ଷରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ବାଳକ ଟିମ ମ୍ୟାନେଜର ରୂପେ ରିଜୋନାଲ ଏକାଡେମୀ ପୁରୁଣା ବାରିପଦାର ପିଇଟି ରାମନାରାୟଣ ପାଣ୍ଡେ ଓ ବାଳିକା ଟିମ ମ୍ୟାନେଜର ରୂପେ କୁଆମରା ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ନେତୃତ୍ୱରେ ମୟୂରଭଞ୍ଜ ଟିମ ଯୋଗ ଦେଇଥଲା । ମୟୂରଭଞ୍ଜ ଜିଲ୍ଲା ୧୭ ବର୍ଷରୁ କମ ବାଳିକା ଟିମରେ ଡୁକୁରା ସ୍ଥିତ ଭଞ୍ଜଭୂମି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ୱେତାଙ୍ଗିନୀ ହୋତା ଓ ଅନୁଷ୍କା ଦାସ, ବାରିପଦା ସ୍ଥିତ ସେଣ୍ଟମେରୀ କନଭେଣ୍ଟ ସ୍କୁଲର ଆଙ୍କାକ୍ଷା ଦାସ, ଖିଚିଂ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପୁନମ ପୂର୍ତ୍ତି ଓ ବାରିପଦା ସ୍ଥିତ ବଳାଙ୍ଗୀ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ବର୍ଷା ହାଁସଦାଃ ଯୋଗଦେଇ ୧୭ ବର୍ଷରୁ କମ ବାଳିକା ବ୍ୟାଡ଼ମିଣ୍ଟନ ଟିମ କ୍ୱାଟର ଫାଇନାଲରେ ରାୟଗଡାକୁ ହରାଇ, ସେମିଫାଇନାଲରେ ବଲାଙ୍ଗୀରକୁ ପରାସ୍ତ କରି ଫାଇନାଲରେ ଭୁବନେଶ୍ୱର ସହିତ ଖେଳିଥିଲା । ଏହି ଫାଇନାଲ ମ୍ୟାଚରେ ମୟୂରଭଞ୍ଜ ଜିଲ୍ଲା ୧୭ବର୍ଷରୁ କମ ବାଳିକା ଟିମ ଭୁବନେଶ୍ୱରକୁ ପରାସ୍ତ କରି ଚମ୍ପିୟାନ ହୋଇଅଛି । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏହି ଟିମକୁ ଶୁଭେଚ୍ଛା ଜଣାଯାଇଅଛି ।