Odisha news

ବାରିପଦା ଠାରେ କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳିତ

0

ବାରିପଦା  : ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ତରଫରୁ ବାରିପଦା ଠାରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେୟାର ହସ୍ପିଟାଲ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ମିଳିତ ସହଯୋଗରେ ଲୋକ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ହୃଦ ରୋଗର କାରଣ, ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟ ରେ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯାଇ ଏକ ୱାକାଥନ ଆୟୋଜନ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ କେୟାର ହସ୍ପିଟାଲର ଏଭିପି ଡାକ୍ତର ଲୋକନାଥ ଦାଶ, ସିନିୟର ଏକ୍ଜିକୁ୍ୟଟିଭ ତାପସ କୁମାର ଦାସ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ଦେବପ୍ରସାଦ କହୋର ସକାଳ ସାତ ଘଟିକା ସମୟରେ ବାରିପଦା ଷ୍ଟାଡିୟମ ପଡିଆ ଠାରେ ପତାକା ଦେଖାଇ ଉକ୍ତ ୱାକାଥନକୁ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ବର୍ଗର ଶତାଧିକ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ । ଆମ ହୃଦୟ କିପରି ସୁସ୍ଥ ଓ ନିରୋଗ ରହିବ ସେ ସମ୍ପର୍କ ରେ ବିଭିନ୍ନ ପରାମର୍ଶ ସମ୍ବିଳିତ ପ୍ଲାକାର୍ଡ ଧରି ୱାକଥନରେ ଭାଗ ନେଇଥିଲେ । ଆମ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଡାଇବେଟିସ, ରକ୍ତଚାପ, କଲେଷ୍ଟ୍ରୋଲ ଭଳି ରୋଗକୁ ନିୟନ୍ତ୍ରଣ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଖାଦ୍ୟପେୟ ଓ ଜୀବନ ଶୈଳୀ ଓ ନିୟମିତ ବ୍ୟବଧାନରେ ହାର୍ଟ ଚେକପ ପାଇଁ ପରାମର୍ଶ ଦିଆଯିବା ସହ ବିଭିନ୍ନ ପ୍ରକାର ହୃଦରୋଗ ପାଇଁ କେୟାର ହସ୍ପିଟାଲରେ ଉପଲବ୍ଧ ହେଉଥିବା ଚିକିତ୍ସା ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା । ଏଭିପି ଡାକ୍ତର ଲୋକନାଥ ଦାଶ ସୁସ୍ଥ ଶରୀର ପାଇଁ ସୁସ୍ଥ ହୃଦୟ ଅବଶ୍ୟକ ବୋଲି ବାର୍ତ୍ତା ଦେଇଥିଲେ । ଲୋକମାନେ ସଚେତନ ହେଲେ ହୃଦ ରୋଗରୁ ଦୁରେଇ ରହି ପାରିବେ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ଉକ୍ତ ୱାକଥନ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା ।

Leave A Reply