Odisha news

ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ପାଇଁ ଦାବିପତ୍ର ପ୍ରଦାନ

0

ବାରିପଦା : କପ୍ତିପଦା ଉପଖଣ୍ଡ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀଙ୍କୁ ଅଲ ଓଡିଶା ସାନ୍ତାଳୀ ପିଜି ଷ୍ଟୁଡେଣ୍ଟସ୍ ଆସୋସିଏସନ ତରଫରୁ ଆସନ୍ତା ଶିକ୍ଷାବର୍ଷରୁ ସାନ୍ତାଳୀ ଅନର୍ସ ଓ ଇଲେକ୍ଟିଭ ଖୋଲିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାର ୫ଗୋଟି ମହାବିଦ୍ୟାଳୟରେ ସାନ୍ତାଳୀ ଭାଷାକୁ ଅନର୍ସ ଭାବେ ଖୋଲାଯାଇଛି । ଏତେ କମ୍ ମହାବିଦ୍ୟାଳୟରେ ଏହି ବିଷୟ ଖୋଲିଥିବାରୁ ବହୁ ଛାତ୍ରଛାତ୍ରୀ ତାଙ୍କ ମାତୃଭାଷା ସାନ୍ତାଳୀ ଅନର୍ସ ପଢ଼ିବାରୁ ବଞ୍ଚିତ ହେଉଛନ୍ତି । ଅଧ୍ୟକ୍ଷ ମଧ୍ୟ ଏହି ବିଷୟକୁ ହୃଦୟଙ୍ଗମ କରି ଆସନ୍ତା ଶିକ୍ଷାବର୍ଷରୁ ଉକ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ଓ ଇଲେକ୍ଟିଭ ବିଷୟ ଖୋଲିବା ନିମନ୍ତେ ଆଶ୍ୱାସନା ଦେଇଛନ୍ତି । ଆଜିକାର ଏହି କାର୍ଯ୍ୟକ୍ରମରେ ଛାତ୍ର ସଂଗଠନର ସଭାପତି ବିକ୍ରମ ବେଶ୍ରା, ସମ୍ପାଦକ ସେରାଲ ମୁର୍ମୁ, ଜୁୱାନ ଅନଲିଆ ସଦସ୍ୟ ଦୁଖୁ ମାର୍ଣ୍ଡି, ବୁନା ଟୁଡୁ, କ୍ରିଷ୍ଣା ମାର୍ଣ୍ଡି, ରାମଚନ୍ଦ୍ର ମାର୍ଣ୍ଡି, ଫୁରମାଲ ହାଁସଦା, ଖୁଣ୍ଟା ବ୍ଲକ ପେସା କମିଟି ସଭାପତି ମଦନ ମୋହନ ଟୁଡୁ, ବାଙ୍ଗରା ଶାଖା ଆସେକା ସମ୍ପାଦକ ଦାଶରଥୀ ଟୁଡୁ, ଭାରତ ଜାକାତ ମାଝୀ ପାରଗନା ମାହାଲ ଖୁଣ୍ଟା ସଂଯୋଜକ ସୁରେନ୍ଦ୍ର ହାଁସଦା, ଭୁଯଦ ଗ୍ରାମ ପର୍ଗାନା ବାବା ମଙ୍ଗଲ ଟୁଡୁ, ନାଏକେ ବାବା ସାମନାଥ ଟୁଡୁ ଓ ଜଗମାଝି ବାବା ବାଇଧର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply