ବାରିପଦା : ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜନଜାତୀୟ ଖେଳ ମହୋତ୍ସବ – ୨୦୨୩ ରେ ଭାଗ ନେବେ ମୟୂରଭଞ୍ଜର ଦୁଇ ଖେଳାଳି । ଚଳିତ ମାସ ୯ ରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଖେଳକୁଦ୍ ପ୍ରତିଯୋଗିତାରେ ସନ୍ଧ୍ୟାରାଣୀ ମୁର୍ମୁ ୫ହଜାର ମିଟର ଓ ୮ଶହ ମିଟର ଦୌଡରେ ଏବଂ ଅମିତ କୁମାର ଦଳବେହେରା ସଟ୍ପୁଟ ଓ ଡିସକାସ ଥ୍ରୋରେ ଭାଗ ନେବେ ଓ ପ୍ରକାଶ ଥାଉକି ଭୁବନେଶ୍ୱର ଠାରେ ସ୍ଥିତ କିଟ୍ ଓ କିସ ପରିସରରେ ଅନୁଷ୍ଠିତ ଓଡିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ଚୟନ ଶିବିରରେ ସନ୍ଧ୍ୟାରାଣୀ ୫ହଜାର ମିଟର ଦୌଡରେ ପ୍ରଥମ ଓ ୮ଶହ ମିଟରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଏବଂ ଅମିତ ଉଭୟ ସଟପୁଟ ଓ ଡିସକାସ ଥ୍ରୋ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡିଶା ଦଳରେ ସ୍ଥାନ ପାଇଛନ୍ତି । ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, କୋଚ୍ ଦଲନ ଚନ୍ଦ୍ର କୁଅଁରଦେଓଙ୍କ ସମେତ ବହୁ କ୍ରୀଡା ପ୍ରେମୀ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି ।
