Odisha news

ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

0

ବାରିପଦା : ଚଳିତମାସ ୧୮ତାରିଖ ତଥା ଗୁରୁବାର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନେତୃ ମଣ୍ଡଳୀ ଯୋଗଦେଇଥିବାବେଳେ ଗୁରୁବାର ଜନସଂପର୍କ ପଦଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ କୃଷ୍ଣଚନ୍ଦ୍ର ଗୋଲେଇ ଦେଇ ସହିଦ୍ ସ୍ମୃତି ଭବନ ଠାରେ ସମାପ୍ତ ହେବାର ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ ସହିଦ୍ ସ୍ମୃତି ଭବନରେ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍ବୋଧନ ଦେବେ । ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଖସଡା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ସହ ମିଶ୍ରଣ ପର୍ବରେ ଉପସ୍ଥିତ ରହିବେ ବୋଲି ଜିଲ୍ଳା ପ୍ରଭାରୀ ଜୟସୂର୍ଯ୍ୟ କାନୁନଗୋଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ଶଙ୍କର୍ଷଣ ମିଶ୍ର ଘୋଷଣା କରିଥିଲେ । ଉକ୍ତ ସଭାରେ ଶରତ ମହାନ୍ତ, ମୋହନ ମୁର୍ମୁ, ଯାଦବ ଘୋଷ, ଜଗଦୀଶ ମୁର୍ମୁ, ବିଶ୍ୱବିଜୟୀ ପଣ୍ଡା, ସତ୍ୟସୁନ୍ଦର ଦେ, ମୁସୁଙ୍ଗି ସିଂ ସୋଏ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

Leave A Reply