Odisha news

ମହାମହିମ ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ମୟୂରଭଞ୍ଜ ଚଳଚଞ୍ଚଳ : ଶିମିଳିପାଳ ପରିଦର୍ଶନ ସହ ଏମ୍ଏସସିବି ବିଶ୍ୱବିଦ୍ୟାଳର ସମାବର୍ତ୍ତନ ଉସôବରେ ଯୋଗଦେବେ

0

ବାରିପଦା : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ସାରା ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ବ୍ଲୁ-ବୁକ୍ ସିକୁ୍ୟରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ବୁଧୁବାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ରାଇରଙ୍ଗପୁର ସ୍ଥିତ କଚେରୀ ପଡିଆ ଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରିଜର୍ଭ ପୋଲିସ ଫୋର୍ସ ଓ ଫୋଲିସ କର୍ମଚାରୀମାନଙ୍କର ବି୍ରପିଂ ଓ ରିହଲସେଲ କାର୍ଯ୍ୟକ୍ରମ ଚାଲିଛି । ବିଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗଦେବାକୁ ଥିବା କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଉଥିବା ସହ ପ୍ରତିଦିନ ସୁରକ୍ଷା ବ୍ୟବସ୍ଥାର ଅଧିକାରୀ ମାନେ ତଦାରଖ ସହ ସମୀକ୍ଷା କରୁଛନ୍ତି । ପ୍ରତି କାର୍ଯ୍ୟକ୍ରମସ୍ଥଳରେ ଜଣେ ଲେଖାଏଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି ।

କୌଣସି ପ୍ରକାର ତୃଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି । ସୁରକ୍ଷା ଦୃଷ୍ଟିରୁ ସହରରେ ୫୦ ପ୍ଲାଟୁନ୍ରୁ ଅଧିକ ଫୋର୍ସ ମୃତୟନ ହେବା ସହ ୪ଶହରୁ ଅଧିକ ପୋଲିସ ଅଫିସର ମୃତୟନ ରହିବେ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ସମେତ ପୋଲିସ ଅଧିକାରୀ ମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଡାକଡି ଭାବେ କରୁଛନ୍ତି । ଏଥିସହ ପାହାଡପୁର, ରାଇରଙ୍ଗପୁର, ଶିମିଳିପାଳ ଓ ବାରିପଦା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ଚାଲିଛି ଚୂଡାନ୍ତ ସମୀକ୍ଷା । ବୁଧୁବାର ବାରିପଦା ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାରକରିଡରର ମକ୍ଡି୍ରଲ୍ ଅନୁଷ୍ଠିତ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ୪ତାରିଖ ରାଷ୍ଟ୍ରପତି ଭବନରୁ ବାହାରି ଦିଲ୍ଲୀ ପାଲାମ ଏୟାରପୋର୍ଟରୁ ସିଧାସଳଖ ପଶ୍ଚିମବଙ୍ଗ ରାଜ୍ୟର କାଲାଇକୁଣ୍ଡା ଏୟାରପୋର୍ଟରେ ଅବତରଣ କରିବେ । ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ହେଲିପ୍ୟାଡ୍ରେ ଅବତରଣ କରି ପାହାଡପୁର ଅଭିମୁଖେ କାର୍ ଯୋଗେ ଯାଇ ପାହାଡପୁର ଠାରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ଏହାପରେ ପଦ୍ମପୁର ଅଭିମୁଖେ ଯାତ୍ରା କରି ହାଟବାଦରାରେ ବ୍ରହ୍ମକୁମାରୀ କେନ୍ଦ୍ରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଇରଙ୍ଗପୁର ବଙ୍ଗଳା ଠାରେ କିଛି ସମୟ ବିଶ୍ରାମ କରିବା ପରେ ମହୁଲଡିହା ବଙ୍ଗଳା ଅଭିମୁଖେ ଯାତ୍ରା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପରେ ଅପରାହ୍ନରେ ରାଇରଙ୍ଗପୁର ପୌରପରିଷଦକୁ ଯାଇ ଉକôଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ । ପରେ ପରେ ସନ୍ଧ୍ୟାରେ ରାଇରଙ୍ଗପୁର ଷ୍ଟାଡିୟମ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ରାତ୍ରିରେ ମହୁଲଡିହା ସ୍ଥିତ ବଙ୍ଗଳାରେ ରାତ୍ରିଯାପନ କରିବେ । ୫ତାରିଖ ମହୁଲଡିହା ବଙ୍ଗଳାରୁ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ହ୍ୟାଲିପ୍ୟାଡ୍ କୁ ଯାଇ ହେଲିକପ୍ଟର ଯୋଗେ ଯଶିପୁର ହେଲିପ୍ୟାଡ୍ରେ ଅବତରଣ କରିବେ । ପରେ ପରେ ଶିମିଳିପାଳ ଅଭୟାରଣ୍ୟକୁ ପରିଦର୍ଶନରେ କାର୍ ମାଧ୍ୟମରେ ଯାଇ ଅପରାହ୍ନରେ ଯଶିପୁର ହେଲିପ୍ୟାଡ୍ରେ ପହଞ୍ଚିବେ ।

ସେଠାରୁ ହେଲିକପ୍ଟର ଯୋଗେ ବାରିପଦା ଅଭିମୁଖେ ଅଗ୍ରସର ହେବା ସହ ସନ୍ଧ୍ୟାରେ ବାରିପଦା ହେଲିପ୍ୟାଡ୍ରେ ପହଞ୍ଚିବେ । ସେଠାରୁ ସିଧାସଳଖ ସର୍କିଟ ହାଉସ ଯାଇ ସେଠାରେ ରାତ୍ରିଯାପନ କରିବେ । ୬ତାରିଖ ସର୍କିଟ ହାଉସରୁ ସିଧାସଳଖ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚି ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉସôବରେ ଯୋଗଦେବେ । ସମାବର୍ତ୍ତମ ଉସôବ ପରେ ସିଧାସଳଖ ବାରିପଦା ହେଲିପ୍ୟାଡ୍ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସାରା ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇପଡିଥିବାବେଳେ ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଉସôାହ ଦେଖିବାକୁ ମିଳିଛି ।

Leave A Reply