Odisha news

ଶିକ୍ଷା ଓ ସଚେତନତା ମାଧ୍ୟମରେ ଡାହାଣୀ ନାମରେ ନିର୍ଯ୍ୟାତନା ଓ ହିଂସା ବନ୍ଦ ସମ୍ଭବପର

0

ବାରିପଦା  : ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପ୍ରୟାସ ସମ୍ମିଳନୀ କକ୍ଷରେ ଡାହାଣୀ ଆଖ୍ୟା ଓ ତତ୍ଜନିତ ନିର୍ଯ୍ୟାତନା ଓ ହିଂସା ସମ୍ବଦ୍ଧିତ ଏକ କର୍ମଶାଳା ଆୟୋଜତି ହୋଇଯାଇଛି । ଆଇୟୁସିଏଡବ୍ଲୁ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ସମାଜରେ ରହିଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଓ ଦୁଃସ୍ଥ ମାନସିକତାର ଫଳସ୍ୱରୂପ ଡାହାଣୀ ଓ ତତ୍ଜନିତ ହିଂସା ଆମ ସମାଜରେ ରହିଆସିଛି । ଯାହାକି ଆମ ସମାଜ ପାଇଁ ଏକ ଲଜ୍ଜାକର ବିଷୟ, ମହିଳା ମାନଙ୍କୁ ହି ଡାହାଣୀ ବୋଲି ଆଖ୍ୟା ଦେବା ଆମ ସମାଜର ପୁରୁଷ କୈନ୍ଦ୍ରିକ ମାନସିକତାର ଏକ ପ୍ରତିଫଳନ ।

ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ସ୍ଥାପନ, ଆକ୍ସନପ୍ଲାନ ପ୍ରସ୍ତୁତି ଓ ସାଇଣ୍ଟିଫିକ୍ ଟେମେଣ୍ଟ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଡ୍ଭୋକେଟ୍ କାବେରୀ ମିଶ୍ର ରିସୋର୍ଚ୍ଚ ପାର୍ସନ ଭାବରେ ଯୋଗଦାନ କରି ଆଇନ୍ଗତ ସୁବିଧା ସୁଯୋଗ ଆଦି ବିଷୟରେ ବିସ୍ତୃତ ଭାବରେ କହିଥିଲେ । ପୋଲିସର ଭୂମିକା, ଆଇନ୍ ଅନୁଯାୟୀ ବିଭିନ୍ନ ଧାରା, ଦଫା ସହାୟତା ସମ୍ବନ୍ଧରେ ଅତିରିକ୍ତ ଆରୀ ଅଧିକ୍ଷକ ଉମାଶଙ୍କର ମହାରଣା ସମସ୍ତଙ୍କୁ ଅବଗତ କରିଥିଲେ ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ଡଃ ବସନ୍ତ କୁମାର ମହାନ୍ତ, ଅନ୍ୟତମ ରିସୋର୍ଚ୍ଚ ପାର୍ସନ ଯୋଗଦେଇ ଏଭଳି କୁସଂସ୍କାର ଓ ଅନ୍ଧବିଶ୍ୱାସର ପୃଷ୍ଠଭୂମି ଓ ଇତିହାସ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ଦୀପ୍ତି ନାଏକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲା ବନସ୍ୱାସ୍ଥ୍ୟ ଅଧିକାରୀ, ମାନସିକ ରୋକ ବିଶେଷକ ଡଃ ପ୍ରଦୀପ ନାଏକ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁଶ୍ରୀ ଅନ୍ନପୂର୍ଣ୍ଣ ସିଙ୍କୁ କର୍ମଶାଳାର ଉଦେ୍ଦଶ୍ୟ ସମ୍ପର୍କରେ ତାଙ୍କ ସ୍ୱାଗତ ଭାଷଣ ରଖିଥିଲେ । ବାଲ୍ୟବିବାହ ନିରାକରଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ପ୍ରକାଶ ବାରିକ ମଂଚ ପରିଚାଳନା କରିଥିବାବେଳେ ସମାଜ କଲ୍ୟାଣ ଅଧିକାରୀ ଜ୍ୟୋସ୍ନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମଦୋରଥ ଜଗ୍ନନାଥ, ପ୍ରିୟଙ୍ଗା ପ୍ରିୟଦର୍ଶନି, ପ୍ରତୀକ୍ଷା ପ୍ରିୟଦର୍ଶନି, ଅମ୍ରିତା ପ୍ରିତମ ବାରିକ, ବିକାଶ ଚନ୍ଦ୍ର ପରିଡା ଓ ଇପ୍ସିତା ନାଗଙ୍କ ସହଯୋଗ ତଥା ସୁଶ୍ରୀ ସସ୍ମିତା ମହାନ୍ତି ଓ ମୀନତି ସାହୁଙ୍କ ତତ୍ତ୍ୱାବଧାନରେ କର୍ମଶାଳା ସଫଳତାର ସହିତ ସମ୍ପାଦିତ ହୋଇଥିଲା ।

Nalco
Leave A Reply