ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୪ ଓ ୧୭ବର୍ଷରୁ କମ୍ ଉଭୟ ବାଳକ/ବାଳିକା ବର୍ଗର ଜିଲ୍ଲାସ୍ତରୀୟ ରୋଗବୀ ଫୁଟବଲ ପ୍ରତିଯୋଗିତା ବାରିପଦା ବ୍ଲକ ସ୍ଥିତ ରାଣୀଭୋଳ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପକ ସେଠୀଙ୍କ ପୌରହିତରେ ମୁଖ୍ୟଅତିଥି ରୂପେ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । କ୍ରୀଡା ପ୍ରତିଯୋଗିତାର ବିଚାରକ ଭାବେ ଦିବ୍ୟରଞ୍ଜନ ଦାସ, ତାରିଣୀସେନ ନାୟକ, ଚନ୍ଦନ ସିଂ, ସୁଗୁଡା ମାଝି, ସଞ୍ଜୟ ବିଶ୍ୱାଳ ଓ ରାଜକିଶୋର ପାତ୍ର ଯୋଗ ଦେଇଥିଲେ ।
ସେଣ୍ଟ୍ର୍ଟାଲ ଅଫିସିଆଲ ଭାବେ ଦୀପକ ରାମ ଓ ପ୍ରଦୀପ ଚୌଧୁରୀ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ୪୦ଜଣ କୃତି ପ୍ରତିଯୋଗୀ ମାନେ ଭୁବନେଶ୍ୱର ସ୍ଥିତ କିଟ୍ ଠାରେ ଚଳିତ ମାର୍ଚ୍ଚ ମାସ ୨୨ରୁ ୨୩ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡିଶା ରାଜ୍ୟସ୍ତରୀୟ ରୋଗବୀ ଫୁଟବଲ ପ୍ରତିଯୋଗିତାରେ ଯୋଗଦେବେ । ଜେନେରାଲ ମ୍ୟାନେଜର ଭାବେ ତାରିଣୀସେନ ନାୟକ, ବାଳକ ଟିମ୍ ମ୍ୟାନେଜର ଉଷାକାନ୍ତ ମାହଲିକ୍ ଓ ବାଳିକା ଟିମ୍ ମ୍ୟାନେଜର ଜ୍ୟୋତ୍ସ୍ନା ଟୁଡୁଙ୍କ ନେତୃତ୍ୱରେ ୪୦ଜଣ କ୍ରୀଡାବିତ୍ ଯୋଗ ଦେବେ ।
ସେମାନେ ହେଲେ ୧୭ବର୍ଷରୁ କମ୍ ବାଳକ ବିଭାଗରେ ଆଶେଷ୍ୱର ମାରାଣ୍ଡି, ସୁବାଷ ହାଁସଦା, କ୍ରୀଷ୍ଣା ମୁଖୀ, ସିମଲ ବାସ୍କେ, ସଂଦିପ ସିଂ, ଶିବା ସୋରେନ, ସୋନାର ସିଂ ବେସ୍ରା, ଆଦିତ୍ୟ ଧୁଙ୍ଗିଆ, ସାଗୁନ ସୋରେନ, ଶିବା ବେହେରା, ଆକାଶ ନାଏକ, ଆଚମ ଟୁଡୁ ଓ ବାଳିକା ବିଭାଗରେ ଉର୍ମିଲା ସୋରେନ, ପାଏଲ ହାଁସଦା, ସୁମିତ୍ରା ମୁର୍ମୁ, କରିନା ଟୁଡୁ, ସରିତା ମାଝୀ, ଯମୁନା ମୁର୍ମୁ, ନମିତା ହେମ୍ବ୍ରମ, ମମତା ମୁର୍ମୁ, ବନିତା ସିଂ, ପିଙ୍କି ହେମ୍ବ୍ରମ, ବନ୍ଦନା ଟୁଡୁ ଓ କୁନି ସୋରେନ । ସେହିପରି ୧୪ବର୍ଷରୁ କମ୍ ବାଳକ ବିଭାଗରେ ଭିମ ହାଁସଦା, ମନୋଜ ସିଂ, ଦୀପୁ ହେମ୍ବ୍ରମ, ଶ୍ରୀକାନ୍ତ ସିଂ, ପ୍ରଭଞ୍ଜନ ଟିପିରିଆ, କ୍ରିତିଭାନୁ ଧଳ, ଅଭିନନ୍ଦନ ଗୋପ, ଆୟୁଷ ବିଶୋଇ ଓ ବାଳିକା ବିଭାଗରେ ସବିତା ସୋରେନ, ସନ୍ଧ୍ୟା ସୋରେନ, ସୁଲେନା ହେମ୍ବ୍ରମ, ପୁଷ୍ପାଞ୍ଜଳି ସିଂ, ସବିତା ମାରାଣ୍ଡି, ଅମିତା ସିଂ, ସୋନାଲି ସିଂ ଓ ଗୌରୀ ସିଂ । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି ।
