Odisha news

ବାରିପଦା ଖଣ୍ଡାୟତ ପରିବାର ପକ୍ଷରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବାରିିପଦା : ଷ୍ଟାଡିୟମ କନଫେରେନ୍ସ ହୋଲ ଠାରେ ବାରିପଦା ଖଣ୍ଡାୟତ ପରିବାର ପକ୍ଷରୁ ତୃତୀୟଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦାର ଖଣ୍ଡାୟତ ଭାଇ ଓ ଭଉଣୀ ମନେ ବହୁ ସଂଖ୍ୟାରେ ଯୋଗଦେଇ ଖଣ୍ଡାୟତ ମାନଙ୍କ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ଆଜିର ଯୁଗରେ ସାଧାରଣତଃ ଖଣ୍ଡାୟତ ପରିବାର ଗୁଡିକ ମଧ୍ୟବିତ୍ତ ବର୍ଗରେ ଗଣତି ହୋଇଥାଏ । ତେବେ ଯେଉଁ ଖଣ୍ଡାୟତ ପରିବାରର ଆର୍ଥôକ ସ୍ଥିତି ସ୍ୱଚ୍ଛଳ ନଥିବ ସେ ପରିବାରକୁ ସାହାଯ୍ୟର ହାତ ବଢାଇବା ଖଣ୍ଡାୟତ ପରିବାର ମୁଖ୍ୟ ଲକ୍ଷ । ଏଥିସହ ଖଣ୍ଡାୟତ ଜାତିକୁ ଓବିସି ବର୍ଗରେ ଯୋଗ କରିବା ପାଇଁ ଆଗାମୀ ଦିନରେ ସ୍ୱର ଉତ୍ତୋଳନ କରିବେ ବୋଲି ମତପ୍ରକାଶ କରିଥିଲେ । ତେବେ ବାରିପଦା ସହର ସହ ସାରା ଓଡିଶାରେ ଆମେ ଖଣ୍ଡାୟତ ବର୍ଗର ଲୋକେ ଏକତ୍ରିତ ହୋଇ ନିଜର ମୌଳିକ ହକ୍ ପାଇଁ ଲଢେଇ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ହାବଡା, ସୁନୀଲ ନାୟକ, ମଳୟ ଜେନା, ଅନନ୍ତ ଦାସ, ପ୍ରକାଶ ନାୟକ, ମନୋଜ କୁମାର ଦାସ, ଲକି ଜେନା, ସାଧୁଚରଣ ଦାସ, ମହେଶ୍ୱର ମଢୁଆଳ, ଦିଲ୍ଲୀପ ଜେନା ଓ ପ୍ରଦୀପ କୁମାର ଭୁଜବଳ ଓ ଅନ୍ୟ ବହୁ ଖଣ୍ଡାୟତ ଭାଇ ମାନେ ଉପସ୍ଥିତ ଥିଲେ ।

Nalco
Leave A Reply