ବାରିପଦା : ୱାର୍ଡ ନମ୍ବର ୨୫ ତଥା ପାଲବଣୀ ଠାରେ ଅନୁଷ୍ଠିତ ଉକôଳ କରାଟେ ସ୍କୁଲର ବାର୍ଷିକ ଉସôବ ପାଳିତ ହୋଇଯାଇଛି । ଏହି ଉସôବ ସ୍କୁଲର ସଭାପତି ଦେବାଶିଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରାରମ୍ଭରେ ପ୍ରଶିକ୍ଷକ ରନକ୍ ପଟ୍ଟନାୟକଙ୍କ ଦ୍ୱାରା ସ୍କୁଲର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ବିଦ୍ୟାଳୟର ଛାତ୍ରମାନେ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ କିପରି ଅଧିକ ସଫଳତା ହାସଲ କରିବେ ସେ ଦିଗରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ତାରାକାନ୍ତ ବାରିକ ଓ ବିଶ୍ୱଜିତ୍ ପ୍ରଧାନ କରାଟେ ମାଧ୍ୟମରେ ମୟୂରଭଞ୍ଜର ଗୌରବ ବଢାଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ୱାର୍ଡ ନମ୍ବର ୨୫ର କାଉନ୍ସିଲର ତଥା ସଭାପତି ଶ୍ରୀ ପାତ୍ର କରାଟେ ମାଧ୍ୟମରେ ସୁସ୍ଥ ଶାରିରୀକ ଗଠନ ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ଅଭିଭାବକ ରାମେଶ୍ୱର ପୁଥାଳ ଓ ଅଭିଭାବକ ସ୍ୱାଗତିକ ଭୂୟାଁ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଛାତ୍ର ବ୍ଲାକ ବେଲ୍ଟ ଅଭିଜିତ୍ ସିଂହ ପ୍ରଶିକ୍ଷକ ନିଜ କରାଟେ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପ୍ରଶିକ୍ଷକ ଜଗନ୍ନାଥ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମୁଖ୍ୟ ପ୍ରଶିକ୍ଷକ ପ୍ରଦୀପ ଦେଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ କରାଟେ କୌଶଳ ପ୍ରଦର୍ଶନ କରିଥିଲେ ।
