Odisha news

ବେଷ୍ଟ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଦିବ୍ୟଶ୍ରୀ ବେହେରା ସମ୍ବର୍ଦ୍ଧିତ

0

ବାରିପଦା  : ଲକ୍ଷ୍ମିପୋଷି ସ୍ଥିତ ଡିପ୍ଲୋମା ଇଞ୍ଜିନିୟରିଂ ଅନୁଷ୍ଠାନ ମୟୂରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂର ବାର୍ଷିକ ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଧରମବୀର ବୁଗୁଡେଇଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ‘ଟେକ୍ନୋମେଲିସ୍କା-୨୦୨୩’ରେ ମୁଖ୍ୟଅତିଥି ଭାବେ ଚାନ୍ଦିପୁର ଡିଆରଡିଏ ପିଏକ୍ସଇ ଅତିରିକ୍ତ ନିଦେ୍ର୍ଦଶକ ଡଃ ହିମାଂଶୁ ଶେଖର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ତଥା ଜଣେ ଭଲ ମଣିଷ ହେବ ପାଇଁ ଉପଦେଶ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଜୀବନର ଶ୍ରେଷ୍ଠ କର୍ମଶୈଳୀକୁ ଆପଣେଇ ଭଲ ମଣିଷ ଟିଏ ହେବାକୁ ପରାମର୍ଶ ଦେଇଥିଲେ । ପରିଚାଳନା ସମିତିର ସଭାପତି କାହ୍ନୁ ସୋରେନ୍ ଏବଂ ସଦସ୍ୟ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ପ୍ରମୁଖ୍ୟ ଉଦବୋଧନ ଦେଇ ଏକ ସୁସ୍ଥ ତଥା ଆଦର୍ଶ ସମାଜ ସହ ଦେଶ ଗଠନ କରିବାର ସ୍ୱପ୍ନକୁ ସାକାର କରିବା ସକାଶେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷ୍ୟରୁ ପ୍ରକାଶିତ ସ୍ୱତନ୍ତ୍ର ମୁଖପତ୍ର ‘ଦି ରିଭିଲେସନ’ କୁ ଲୋକର୍ପଣ କରଯାଇଥିଲା ।

ସବୁଠାରୁ ଆକର୍ଷଣୀୟ ପ୍ରତିଯୋଗିତାରେ ମିସ୍-ଏମଏସଇ ଭାବେ ସିଭିଲ ଇଞ୍ଜିନିୟରିଂର ଛାତ୍ରୀ ସୁଶ୍ରୀ ନିଶିକା ସେଠି ଓ ମିଷ୍ଟର – ଏମଏସଇ ଭାବେ ମେକାନିକାଲ ଇଞ୍ଜିନିୟରିଂର ଛାତ୍ର ଶୁଭ୍ରଜିତ ପାଲ ଏବଂ ସର୍ବୋକୃଷ୍ଟ ବିଦ୍ୟାର୍ଥୀ ଭାବେ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ ଦିବ୍ୟଶ୍ରୀ ବେହେରା ସମ୍ବର୍ଦ୍ଧିତ କରଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ତ୍ୟାକ୍ଷରୀ ସଂଗୀତ ଓ ନୃତ୍ୟ ଆଦିର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା । ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରଯାଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ରେମ୍ପ ସୋ ଓ ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ ଛାତ୍ରଛାତ୍ରୀମାନଙ୍କର ବହୁମୂଖୀ ପ୍ରତିଭା ସମସ୍ତଙ୍କର ମନମୋହି ଥିଲା । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ ଉତ୍ସବସ୍ଥଳି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ବିଶେଷ ଅଭିଭୂତ କରିଥିଲା । ପ୍ରାରମ୍ଭରେ ଡଃ ରଞ୍ଜିତ କୁମାର ସାହୁ ସ୍ୱାଗତ ଜଣେଇଥିବାବେଳେ ଅଧ୍ୟାପିକା ଇଂ ରିତୁପର୍ଣା ଭଟାଚାର୍ଯ୍ୟ ଏବଂ ଅଧ୍ୟାପକ ହୃଷୀକେଶ ବେହେରା ଧନ୍ୟବାଦ ଦେଇଥିଲେ ଏବଂ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Nalco
Leave A Reply