ବାରିପଦା : ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ୫ କେଜି ଚାଉଳ କାଟିବା ଏବଂ ରାଜ୍ୟରେ ଚାଷୀମାନଙ୍କ ଚାଉଳ ସଂଗ୍ରହରେ କଟକଣା ଜାରି କରିବା ନେଇ ଏକ ବିଶାଳ ପ୍ରତିବାଦ ସଭା ବିଜୁଜନତା ଦଳ, ବାରିପଦା ନଗର କମିଟି ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଅଛି । ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ବିଜୁଜନତା ଦଳ ଜିଲ୍ଲାସଭାପତି ସୁଦାମ ମାର୍ଣ୍ଡି, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ଏସ୍ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ଉପନଗରପାଳ ସୀମା ଦାସ, ଜିଲ୍ଲା ଯୋଜନା ବୋର୍ଡର ସଭ୍ୟ ଜିତେନ୍ଦ୍ର ମହାନ୍ତି, ବିଜୁଜନତା ଦଳ ବାରିପଦା ନଗର କମିଟିର ସଂଯୋଜକ ନିରୋଜ ସାହୁ, ରାଜ୍ୟ ବିଜୁଜନତା ଦଳ ଉପସଭାନେତ୍ରୀ ଛବି ମାହାଲି, ରାଜ୍ୟ ମହିଳା ସମ୍ପାଦିକା ଶ୍ରାବଣୀ ଦାସ, କାଉନ୍ସିଲର ବିବେକାନନ୍ଦ ନାୟକ, ଜିଲ୍ଲା ଯୁବ ଜନତା ଦଳ ସଭାପତି ଅରୁଣ ବରାଡ ଓ ଛାତ୍ରସଭାପତି ସୁନୀଲ ନାୟକ ପ୍ରମୁଖ ବକ୍ତବ୍ୟ ଦେଇ କେନ୍ଦ୍ରର ବିଜେପି ସରକାର ବିରୋଧରେ ବିଷଦ୍ଗାର କରିଥିଲେ । ୨୦୧୪-୨୦୨୩ ମସିହା ମଧ୍ୟରେ କେନ୍ଦ୍ରର ବିଜେପି ସରକାର ଗରୀବ ଜନସାଧାରଣଙ୍କ ହିତ ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଗରୀବ ଜନସାଧାରଣଙ୍କ ପେଟରେ ନାତ ମାରୁଛି ବୋଲି ମତପ୍ରକାଶ ପାଇଥିଲା ।
ବର୍ତ୍ତମାନ ପରିସ୍ଥିତିରେ ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ପେଟ୍ରୋଲ, ଡିଜେଲ ଆଶାତୀତ ଭାବେ ବୃଦ୍ଧି ପାଇଥିବାବେଳେ ଏହାର ଦର ହ୍ରାସ ପାଇଁ କୌଣସି ବ୍ୟବସ୍ଥା ନକରି ଗରୀବ ଜନସାଧାରଣଙ୍କ ମୁଣ୍ଡ ପିଛା ୫ କେଜି ଚାଉଳ କାଟିବା କେତେ ଦୂର ସମିଚୀନ ବୋଲି ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ । ଚଳିତବର୍ଷ ମୋଦୀ ସରକାର ଓଡିଶାର ଧାନ ସଂଗ୍ରହ ବ୍ୟବସ୍ଥା ୧୮ଲକ୍ଷ ମେଟି୍ରକ୍ ଟନରୁ ୪ଲକ୍ଷ ମେଟ୍ରିକ୍ ଟନ ହ୍ରାସ କରିବା ଚାଷୀକୂଳ ମୁଣ୍ଡରେ ଗଭୀର ପ୍ରଭାବ ପକାଇଛି । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୧୪ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପୈଠ ନକରି ସାଧାରଣ ଜନତାକୁ ହଇରାଣରେ ପକାଇବା ପାଇଁ ବ୍ୟବସ୍ଥା କରୁଅଛି । କେନ୍ଦ୍ରର ଏଭଳି ବୈମାତୃକ ମନୋଭାବର ଯଦି ପରିବର୍ତ୍ତନ ନହୁଏ ତେବେ ସାରାରାଜ୍ୟରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କେନ୍ଦ୍ର ସରକାର ବିରୋଧରେ ଆନେ୍ଦାଳନ କରାଯିବାର ଆହ୍ୱାନ ଦିଆଯାଇଥିଲା ।
ବରିଷ୍ଠ କାଉନ୍ସିଲର ଅନନ୍ତ ଦାସ ଓ ପୂର୍ବତନ କାଉନ୍ସିଲର ପ୍ରଭାତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କାଉନ୍ସିଲର ସୁକେଶିନୀ ସେଠୀ, ଅନୁରାଧା ମହାନ୍ତି, ଶିଖା ସ୍ୱାଇଁ, ପୂଜା ତରେଇ, ଅମ୍ବିକା ସାହ, ପ୍ରଶାନ୍ତ ବେହେରା, ମୁର୍ଚ୍ଛନା ମହାନ୍ତି, ପୂଜା ଶର୍ମା, ପ୍ରଭାତୀ ପୃଷ୍ଟି, ମହେଶ ଭଞ୍ଜଦେଓ, ଶ୍ରୀମତୀ ମର୍ମୁ, ନିରୂପମା ମହାନ୍ତି, ଦୀପ୍ତିରେଖା ପଟ୍ଟନାୟକ, ଦିଗ୍ବିଜୟ ହାଁସଦା, କୁମାର ମୁଖୀ, ତୈ୍ରଲୋକେଶ ପଣ୍ଡା, ଦେବଶିଷ ପାତ୍ର, ଶିବଶଙ୍କର ପାତ୍ର ଓ ଜିତା ସିଂ ପ୍ରମୁଖଙ୍କ ସହ ପୂର୍ବତନ କାଉନ୍ସିଲର ବିଶିକେଶନ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ଦର୍ପନାରାୟଣ ପାଲ, ଦୁର୍ଗାମଣୀ ଆଚାର୍ଯ୍ୟ, ଗୀତାରାଣୀ ବେହେରା, ଅମର ସେଠୀ, ସୁଜିତ୍ ମହାନ୍ତି, ଟାଉନ ସଭାନେତ୍ରୀ ସୁରଭି ଦାସ, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ସବିତା ବେହେରା, ସନ୍ଧ୍ୟା ଦାସ, ଅନୀତା ସେଠୀ, ସୁଧାମୟୀ ଦାସ, ଜୋନାଲ ସଭାନେତ୍ରୀ ବୀଣାପାଣି ସାହୁ, ପ୍ରସନ୍ନଜିତ୍ ମହାନ୍ତି, ଶିବୁ ରଣା, ଅଭୟ ସିଂ, ରାଜୀବ୍ ଜେନା, ଅବଦୁଲ ହବିବ୍, ଆର୍ଶୀବାଦ ଦାସ, କପିଲ ଖଣ୍ଡେଲୱାଲ, ଦିବ୍ୟବ୍ରତ ମହାନ୍ତି, ଶଙ୍କର୍ଷଣ ପଣ୍ଡା, ଜିତ୍ ପଟ୍ଟନାୟକ, ସରୋଜ ମହାକୁଡ, ଲିଟନ ମହାପାତ୍ର, ମାନସ ସେଠୀ, ବିଶ୍ୱରଞ୍ଜନ ଦାସ, ଶ୍ରବଣ ଗୋପ, ଲିପନ ଜେନା, ଚିତ୍ତରଞ୍ଜନ କର, ଜଗନ୍ନାଥ ମହାପାତ୍ର, ପାର୍ଥସାରଥୀ ସ୍ୱାଇଁ, ସୟଦ ଫିରାଜୁଦ୍ଦିନ, ଶେଖ ଜଲିଲ ଏବଂ ବିଜୁ ମହିଳା, ଯୁବଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଏକହଜାରୁ ଉର୍ଦ୍ଧ ଜନସାଧାରଣ ଏହି ପ୍ରତିବାଦ ସମାବେଶରେ ଯୋଗ ଦେଇଥିଲେ । ସମାବେଶ ପରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେ୍ଦଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଥିଲା ।
