Odisha news

ଚିନ୍ମୟ ମିଶନ ଆନୁକୂଲ୍ୟରେ ବାର୍ଷିକ ଗୀତା ଜ୍ଞାନ ଉଦ୍ଘାଟିତ

0

ବାରିପଦା : ଜୁବୁଲୀ ଲାଇବ୍ରେରୀ ପଡିଆରେ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ବାର୍ଷିକ ଗୀତା ଜ୍ଞାନ ଯଂଜ୍ଞ (ପ୍ରବଚନ) ଅନୁଷ୍ଠିତ ହୋଇଯାଇଛି । ପ୍ରବକ୍ତା ଚିନ୍ମୟ ମିଶନ ବୋକାରୋର ଆଚାର୍ଯ୍ୟ ସ୍ୱାମୀନୀ ସଂଯୁକ୍ତାନନ୍ଦ ସରସ୍ୱତୀ,ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ, ବ୍ରହ୍ମଚାରୀ ନିରଞ୍ଜନ ଚୈତନ୍ୟ, ମୁଖ୍ୟଅତିଥି ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରତିଭା ପଣ୍ଡା, ସଭାପତି ବିଜୟ ଲେଙ୍କା ଦୀପ ପ୍ରଂଜଳନ କରିଥିଲେ । ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟା ରୁ ୮ଟା ଶ୍ରୀମଦ୍ ଭାଗବତ ଗୀତାର ନବମ ଅଧ୍ୟାୟ ରାଜବିଦ୍ୟା ରାଜଗୁହ୍ୟ ଯୋଗ ଓ ସକାଳ ୭ଟା ରୁ ୮ଟା ଶିବସଂକଳ୍ପ ସୂକ୍ତ ବିଷୟରେ ସ୍ୱାମୀନୀ ସଂଯୁକ୍ତାନନ୍ଦ ସରସ୍ୱତୀ ପ୍ରବଚନ ଦେବେ । ତତ୍ସହିତ ବିଭିନ୍ନ ସ୍କୁଲ କଲେଜ ପିଲାମାନଙ୍କ ଉଦବଦନ ଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ କୋଷାଧକ୍ଷ ପ୍ରଦୀପ ମହାନ୍ତି, ବରିଷ୍ଠ ଆଇନ୍ଜୀବି ସତ୍ୟବ୍ରତ ମହାନ୍ତି, ତପନ ବେହେରା, ତପନ ପଟ୍ଟନାୟକ, ସମ୍ପଦ ଦାସ, ଦାମନ ନାୟକ, ଜୟନ୍ତୀ ଲେଙ୍କା, ହୃଦାନନ୍ଦ ଆଚାର୍ଯ୍ୟ, ପ୍ରମୋଦିନି ପଟ୍ଟନାୟକ, ଲଷ୍ମୀ ପାଣି, ଶ୍ରୀଧର ପରିଡା, ଗିରିଜା ଶଙ୍କର ମହାନ୍ତି, କବିତା ଦାସ, ସ୍ନେହଲତା ବେହେରା, ବିରଞ୍ଚି ନାରାୟଣ ବେହେରା, ବିଷ୍ଣୁପଦ ବେରା, କମଳିନୀ ଷଡ଼ଙ୍ଗୀ, ମାଳତୀ ପରିଡା, ସୁରେଶ୍ୱରୀ ମହାନ୍ତି, ମାଧବ ପାତ୍ର, ସ୍ୱର୍ଣ୍ଣଲତା ସାହୁ, ସୌଦାପ୍ରଭା ମହାନ୍ତି ଓ ବାପି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିବାବେଳେ ସମ୍ପାଦକ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply