Odisha news

ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧନା

0

ବାରିପଦା  : ଏନ୍ପିଏସ୍ ଶିକ୍ଷକ ସଂଘ, ମୟୂରଭଞ୍ଜ ଶାଖା ତରଫରୁ ମୟୂରଭଞ୍ଜ ଜିଲ୍ଲାର ସ୍ଥାୟୀ ନିଯୁକ୍ତି ପାଇଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅବସରପ୍ରାପ୍ତ କର୍ମଚାରୀ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସର୍ବଶ୍ରୀ ଗଣେଶ୍ୱର ଗିରି, ସୁଦର୍ଶନ ପଣ୍ଡା, କେଶବ ଚନ୍ଦ୍ର ସାହୁ, ଅମିତାଭ ମିଶ୍ର, ନଳୀନ୍ କୁମାର ଚୌଧୁରୀ ଓ ଜଗନ୍ନାଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ କାର୍ଯ୍ୟକାଳ ଭିତରେ ବିଜ୍ଞାନ ବିଭାଗର କିଭଳି ଉତ୍ତୋରତ୍ତର ଉନ୍ନତି ହୋଇ ପାରିବ ସେହି ବିଷୟରେ ଶିକ୍ଷଣୀୟ ପରାମର୍ଶ ଦେଇଥିଲେ । ସଂଘର ସମ୍ପାଦକ ରଞ୍ଜନ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭିନନ୍ଦନ ମହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରି·ଳନାରେ ପୂର୍ବତନ ସମ୍ପାଦକ ଅଜିତ କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ଭିଷ୍ମଦେବ ମହାନ୍ତ, ମନୋଜ ପାତ୍ର, ମନୋଜ ପରିଡା, ଦୀପକ ରାମ, ସନତ୍ ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଦେବାଶିଷ ସାଉ, ବିକାଶ ମାଇତି, ଦୀପକ ଗୋଚ୍ଛାୟତ, ଅମୀୟରଞ୍ଜନ ପଣ୍ଡା, ପୁଷ୍ପଲତା ନାୟକ, ସୀମା ଦାସ, ଆରତୀ ଟୁଡୁ ଓ ସୁଲୋଚନା ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply