Odisha news

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମେଗା ସଫେଇ ଅଭିଯାନ ଶୁଭାରମ୍ଭ

0

ବାରିପଦା  : ନେହେରୁ ଯୁବ କେନ୍ଦ୍ର ବାରିପଦା ଶାଖା ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଦୁଇଦିନିଆ ମେଗା ସଫେଇ (କ୍ଲିନ ଇଣ୍ଡିଆ ୨.୦) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ନେହେରୁ ଯୁବ କେନ୍ଦ୍ର ବାରିପଦା ଶାଖାର ଆକାଉଣ୍ଟ ପ୍ରୋଗ୍ରାମ ସୁପରଭାଇଜର ଅଶୋକ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ବାରିପଦା ମହାବିଦ୍ୟାଳୟର ଏନଏସଏସର ପ୍ରୋଗ୍ରାମ ଅଧିକାରୀ ଜ୍ୟୋସ୍ନା ରାଣୀ ଦତ୍ତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ, ଜାତୀୟ ସେବା ସଂସ୍ଥାର ସ୍ୱେଛାସେବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ସକାଳ ୧୦ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତର ବାର୍ତ୍ତା ପହଞ୍ଚାଇ ବା ସହିତ ପରିକ୍ରମଣ ସମୟରେ ର୍ୟାଲିରେ ଅଂଶଗ୍ରହଣ କରିଥିବା ସ୍ୱେଛାସେବୀ ମାନେ ରାସ୍ତାରେ ବ୍ୟବହୃତ ହୋଇ ଏଣେ ତେଣେ ପଡିଥିବା ପ୍ଲାଷ୍ଟିକ ଜରି ଗୁଡିକୁ ସଂଗ୍ରହ କରିଥିଲେ ଏବଂ ଲୋକମାନଙ୍କୁ ପ୍ଲାଷ୍ଟିକ ଜରିର ବ୍ୟବହାରରୁ ନିବୃତ ରହି ମହାତ୍ମାଗାନ୍ଧୀଙ୍କ ସବୁଜ ଭାରତ ସ୍ୱପ୍ନର ପରିକଳ୍ପନାକୁ ସାକାର କରିବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ ଅଭିଷେକ ଦାସ, କ୍ଷିରୋଦ ପଣ୍ଡା, ରାକ୍ଷୀ ପୂର୍ଣିମା ଭଞ୍ଜଦେଓ, ତନ୍ମୟ ବେହେରା, ଶ୍ରୀରଞ୍ଜନ ଲେଙ୍କା ଓ ସୁପ୍ରିତି ମହାପାତ୍ର ସହଯୋଗ କରିଥିଲେ ।

Nalco
Leave A Reply