Odisha news

ଭୁଜାଲି ମାଡରେ ଯୁବକ ଗୁରୁତର

0

ବାରିପଦା : ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡାଅସ୍ତିଆ ଅଞ୍ଚଳରେ ସାମାନ୍ୟ କଥାକୁ ନେଇ ଦୁଇଯୁବକ ମଧ୍ୟମରେ ବଚସା ଘଟଣାକୁ ନେଇ ଭୁଜାଲି ମାଡରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତିହେବା ଘଟଣା ପରି ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ପୋଡାଅସ୍ତିଆ ଅଞ୍ଚଳରେ କରମ ନାଚ ହେଉଥିବା ସମୟରେ ଉକ୍ତ ଅଞ୍ଚଳର ଗଣେଶ ସିଂ ଓ ଦିଲ୍ଲିପ ସିଂଙ୍କ ମଧ୍ୟରେ କୌଣସି କଥା ନେଇ ବଚସା ହୋଇଥିଲା । ଗ୍ରାମବାସୀ ମାନେ ଉଭୟଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରିଥିଲେ । ମାତ୍ର ଗଣେଶ ସିଂ ରାତିରେ ଏକୁଟିଆ ଘରକୁ ଫେରୁଥିବା ବେଳେ ଦିଲ୍ଲିପ ସିଂ ଗଣେଶଙ୍କୁ ଭୁଜାଲି ମାରି ଲହୁଲୁହାଣ କରିଥିଲେ । ସ୍ଥାନୀୟ ଲୋକେ ଗଣେଶଙ୍କୁ ଗୁରୁତର ଅବସ୍ଥାରେ ପିଆରଏମ ମେଡିକାଲରେ ଚିକିସôା ପାଇଁ ଭର୍ତ୍ତି କରିଥିଲେ । ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାଯାଇଛି ।

IEC 2 years
Leave A Reply