Odisha news

ମୟୂରଭଞ୍ଜ ଜିଲ୍ଲାରେ ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୧୮୧ କୁ ବୃଦ୍ଧି

0

ବାରିପଦା  : ଶୁକ୍ରୁବାର ମୟୂରଭଞ୍ଜ ଜିଲ୍ଲାରେ ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୧୮୧କୁ ଛୁଇଁଛି । ଶୁକ୍ରୁବାର ମୋଟ୍ ୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବିଶୋଇ ଓ ବଡସାହି ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ ୨ଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକି୍ରୟା ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଚିହ୍ନଟ ହୋଇଥିବା ୭ଜଣ କରୋନା ଆକ୍ରାନ୍ତ ସାରସକଣା, କୁଳିଅଣା, କରଞ୍ଜିଆ, ଯଶିପୁର ବ୍ଲକରୁ ଜଣେ ଲେଖାଏଁ ଏବଂ ଶୁକ୍ରୁଳି ବ୍ଲକରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ପଶ୍ଚିମବଙ୍ଗ, ବିହାର, ଗୋଆ, ତାମିଲନାଡୁ, କର୍ଣ୍ଣାଟକ ଓ ହରିୟାନା ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାସ ସୁଦ୍ଧା ୧୮୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୫ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।

Leave A Reply