Odisha news

ବାରିପଦା ବ୍ୟାଙ୍କ ଅଫ୍ ବରୋଦାରେ ଅଗ୍ନିକାଣ୍ଡ

0

ବାରିପଦା  : ଆଖି ପିଛୁଳାକେ ଲାଗିଗଲା ନିଆଁ । ଦେଖୁ ଦେଖୁ ହୁତୁହୁତ ହୋଇ ଜଳିଲା ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ । ଏହି ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ହୋଇଥିବାବେଳେ କୌଣସି ଜୀବନହାନୀ ହୋଇ ନଥିବା ଜଣାଯାଇଛି । ସୋମବାର ରାତିରେ ବାରିପଦା ଷ୍ଟେସନବଜାର ସ୍ଥିତ ଏକ ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଛି । ଏହି ବିଲ୍ଡିଂରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବହୁ ଦୋକାନ ବି ରହିଛି । ଅଗ୍ନିକାଣ୍ଡରେ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟାଳୟର ଏଟିଏମଟି ଓ ଅନ୍ୟ କିଛି ଦୋକାନ ସମ୍ପୂର୍ଣ୍ଣ ପୋଡିଯାଇଛି । ତେବେ ସେଠାରେ ଥିବା ବ୍ୟାଙ୍କ କାର୍ଯ୍ୟାଳୟ ବିଶେଷ କ୍ଷତିଗ୍ରସ୍ତ ହୋଇ ନଥିବା ଜଣାଯାଇଥିବାବେଳେ ଏଟିଏମ୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ସେଥିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ । ଖବରପାଇ ବ୍ୟାଙ୍କ ଅଫ୍ ବରୋଦା ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କର କୈାଣସି କ୍ଷୟକ୍ଷତି ହୋଇନଥିବା ଏବଂ ଏଟିଏମ୍ ଘର ଓ ମେସିନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରକାଶ କରିଛନ୍ତି । ସୋମବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଏବଂ ଦେଖୁ ଦେଖୁ ହଠାତ ନିଆଁ କ୍ଷୀପ୍ର ବେଗରେ ବ୍ୟାପୀ ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବହୁ ଦୋକାନରେ ମଧ୍ୟ ନିଆଁ ଲାଗି ସମସ୍ତ ଜିନିଷ ଜଳି ପୋଡିଯାଇଛି । ଖବରପାଇ ଘଟଣାସ୍ଥଳରେ ୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଉକ୍ତ ବିଲ୍ଡିଂରେ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଶାଖା ସହ ଅନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ଥିବାବେଳେ ଆଉ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ବିଲ୍ଡିଂର ମାଲିକ କହିଥିବାବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ବ୍ୟାଙ୍କ ଓ ଉକ୍ତ ବିଲ୍ଡିଂର ଫାୟାର ସେଫ୍ଟି ବ୍ୟବସ୍ଥା ଥିଲା କି ନାହିଁ ତାହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ଏହି ବିଲ୍ଡିଂ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି । ମାତ୍ର ରାତିରେ ନିଆଁ ଲାଗିଥିବାରୁ କୌଣସି ଜୀବନହାନୀ ହୋଇ ନଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଫାୟାର ସେଫ୍ଟି ଲାଇସେନ୍ସ ବିନା କିଭଳି ଏତେ ବଡ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ କରୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Nalco
Leave A Reply