ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗୀତାରେ ଶକ୍ତିମାନ୍ ଜିମ୍ନାସିୟମର କୃତୀତ୍ୱ, ସୁଷମା ଷ୍ଟ୍ରଙ୍ଗ ଓମେନ୍ ଅଫ୍ ଓଡିଶା
ବାରିପଦା : ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗୀତାରେ ମୟୂରଭଞ୍ଜ ଜିଲ୍ଲା ନଙ୍ଗଳକଟା ସ୍ଥିତ ଶକ୍ତିମାନ୍ ଜିମ୍ନାସିୟମକୁ ମିଳିଛି ବଡ ସଫଳତା । ଭୁବନେଶ୍ୱର ସ୍ଥିତ ଉକôଳ କରାଟେ ସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗୀତାରେ ଶକ୍ତିମାନ୍ ଜିମ୍ନାସିୟମକୁ ୭ଟି ସ୍ୱର୍ଣ୍ଣପଦକ ମିଳିଥିବାବେଳେ ଜିମ୍ର ସୁଷମା ରାୟ ଷ୍ଟ୍ରଙ୍ଗ ଓମେନ୍ ଅଫ୍ ଓଡିଶା ୨୦୨୨ରେ ବିବେଚିତ ହୋଇ ସମଗ୍ର ମୟୂରଭଞ୍ଜ ଜିଲ୍ଲା ତଥା ଶକ୍ତିମାନ୍ ଜିମ୍ନାସିୟମ ପାଇଁ ଗୌରବ ଆଣିଛନ୍ତି । ସୁଷମାଙ୍କ ସହ ବିଭିନ୍ନ ବର୍ଗରେ ସୌମ୍ୟା ପ୍ରିୟା ଟୁଡୁ, ରଞ୍ଜନ ହାଁସଦାଃ, ଜଗନ୍ନାଥ ବେଶ୍ରା, ଦୁଖୀରାମ ମାରାଣ୍ଡି, ଅଭିଷେକ ମହାନ୍ତ ପ୍ରମୁଖ ସ୍ୱର୍ଣ୍ଣପଦକ, ରିଙ୍କୁ ମହାନ୍ତ ଓ ଅନୁପ ସାହା ରୌପ ପଦକ ଏବଂ ଚନ୍ଦନ ମହାନ୍ତ ରୌପ ଓ ବ୍ରଞ୍ଚ ପଦକ ପାଇଛନ୍ତି । ଏହି ସଫଳତା ପାଇଁ ଶକ୍ତିମାନ୍ ଜିମ୍ନାସିୟମର କୋଚ୍ ତଥା ସମ୍ପାଦକ ପରେଶ ଚନ୍ଦ୍ର ମହାନ୍ତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
