ବାରିପଦା : ମୟୂରଭଞ୍ଜ ମହୋସôବ ତରଫରୁ ବାରିପଦା ସ୍ଥିତ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କ୍ରାଫଟ୍ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଚିତ୍ରକଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଚିତ୍ରଶିଳ୍ପୀ ମାନସ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଗଣ ପ୍ରକୃତିକୁ ନେଇ ସେମାନଙ୍କର ଚିତ୍ରନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ଉସôବର ଆୟୋଜନ କରାଯାଇଥିଲା । ପ୍ରଧାନଶିକ୍ଷକ ତଥା କବି ଅମିତାଭ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ବିପ୍ଳବ ରଞ୍ଜନ ଭୁଗୁଡେଇ ଓ ବିିଶିଷ୍ଟ ପ୍ରଯୋଜକ ସଞ୍ଜୀବ ଦ୍ୱିବେଦୀ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ମହନୀୟ ଉଦ୍ୟମକୁ ପ୍ରଶଂସା କରିଥିଲେ । ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୬ ତାରିଖ ଯାଏଁ ଚାଲିବ ଏବଂ ଅନୁଷ୍ଠାନର ସମ୍ପାଦିକା ପ୍ରଣତି ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ, ଧର୍ମପଦ ବିଶ୍ୱାଳ, ଅରୁଣ ଜେନା, ସନ୍ତୋଷ ମହାରଣା, ମୁକ୍ତିପଦ ନନ୍ଦି, ମାନସ ପତି, ପୂର୍ଣ୍ଣେନ୍ଦୁ ପତି, ଅମରେଶ ବାସୁରୀ, ମହେନ୍ଦ୍ର ଦଣ୍ଡପାଟ ଓ କଲ୍ୟାଣ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
