Odisha news

ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ର ବିଭିନ୍ନ ବ୍ଲକ ପରିଦର୍ଶନ ଓ ସମୀକ୍ଷା କଲେ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ଟିମ୍ ତିନିଦିନ ବ୍ୟାପୀ ବିଜାତଳା, ରାଇରଙ୍ଗପୁର, ତିରିଂ, ବହଳଦା, ଯଶିପୁର, ଶୁକୃଳି, କୁସୁମୀ, କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା ଓ ଉଦଳା ଆଦି ବିଭିନ୍ନ ବ୍ଲକ ପରିଦର୍ଶନ କରିବା କାର୍ଯ୍ୟକ୍ରମ ଥିବାବେଳେ ବୁଧୁବାର ବିଜାତଳା, ରାଇରଙ୍ଗପୁର, ତିରିଂ, ବହଳଦାର ବିଡିଓ, ପିଏଆଇଟିଡିଏ ରାଇରଙ୍ଗପୁର ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦାଃଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଦୁର୍ଗା ମାରାଣ୍ଡି, ନରେନ୍ଦ୍ର ହାଁସଦାଃ,ମୀନାକ୍ଷୀ ସୋରେନ୍, ରାମଚନ୍ଦ୍ର ମୁର୍ମୁ ଓ ନଗେନ୍ ମାଝୀ ପ୍ରମୁଖଙ୍କ ସହ ଉପସଭାପତି ବିପିନ ସିଂବଦ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply