ବାରିପଦା : ବାରିପଦା ସଦ୍ଭାବନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ରଘୁନାଥପୁର ଶ୍ରୀ ଶ୍ରୀ ହରିହର ମନ୍ଦିର ସଭାକକ୍ଷରେ ପୂର୍ଣ୍ଣିମା ତିଥି ଅବକାଶରେ ସନ୍ଥ ଜୟନ୍ତୀ ଏବଂ ଭାଗବତ ଜନ୍ମ ଉସôବ ପାଳନ ହୋଇଯାଇଛି । ଭାରତ ଅତିବଡି ଜଗନ୍ନାଥ ଦାସଙ୍କ ପରି ସନ୍ଥ କବିଗଣଙ୍କ ପାଇଁ ପୃଥିବୀରେ ଭାବରତରେ ଦେଶ ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ଗୁରୁ ବୋଲି ସଦ୍ଭାବନା ସମିତିର ପ୍ରତିଷ୍ଠାତା ଭୂମିପୁତ୍ର ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ବକ୍ତବ୍ୟ ରଖିବା ସହିତ ସମିତିର ନୂତନ ସମ୍ପାଦକ ଡାଃ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସଦ୍ଭାବନା ସମିତିର ସମ୍ପାଦକ ଡାଃ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସଂଯୋଜନା କ୍ରମେ ଆୟୋଜିତ ଉସôବରେ ସମ୍ମାନିତ ଅତିଥି ଡଃ ବିଜୟ କୁମାର ଅଗ୍ରୱାଲା, ବିଶେଷ ବକ୍ତା ମାନସ ଶେଖର ଭାଗବତ ପଣ୍ଡା, ପ୍ରଫେସର ଡଃ ସଦାନନ୍ଦ ଦଲକ୍ଷିତ, ପଣ୍ଡିତ ସିଦେ୍ଧଶ୍ୱର ଶତପଥୀ, ଅଧ୍ୟାପକ ଗୋପବନ୍ଧୁ ଓ ଜଗବନ୍ଧୁ ମିଶ୍ର ପ୍ରମୁଖ ଓଡିଶା ମାଟି ପୁରୀ ଠାରେ ଭୂମିଷ୍ଠ ଅତିବଡି ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ ପାଇଁ ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀର ଆବଶ୍ୟକତା ଅତି ଜରୁରୀ ବୋଲି ସୁମନାସ ରଖିଥିଲେ । ଭାଗବତର ବାଣୀ ମନୁଷ୍ୟ ଦେହେ ଦିବ୍ୟଜ୍ଞାନ ଏବଂ ସର୍ବେ ହୋଇବେ ଏକ ମୁଖ ବୋଲିବେ ନାରାୟଣ ରଖର ମହତ୍ତ୍ୱ ଉପରେ ଏହି ଉସôବରେ ସମସ୍ତ ଆଲୋଚକ ବର୍ଗ ବିଶ୍ଲେଷଣ କରି ଭାରତବର୍ଷର ମହତୀ ମାଟି ବହୁ ଦିବ୍ୟଜ୍ଞାନୀ ସନ୍ଥମାନଙ୍କୁ ଧରାବତରଣ କରାଇ ଏ ମାଟି ସିଦ୍ଧ ସନ୍ଥ କବିଗଣଙ୍କ ବିଧି ନିଷେଧ ବାଣୀ ମାନି ଭାବକୁ ନିକଟ ଅଭାବକୁ ଦୂରର ପ୍ରମାଣିତ କରି ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଛି ବୋଲି ମତାମତ ମଧ୍ୟ ରଖିଥିଲେ ।
ପୁଣି ଭାଗବତର ମହୁଝର ବାଣୀ ମତେ ଧର୍ମ ସମ୍ପ୍ରଦାୟ ଗୁରୁବାଦ ନିର୍ବିଶେଷରେ ସମସ୍ତେ ଯେତେବେଳେ ଏକ ମୁଖରେ ବିଭିନ୍ନ ନାମ ନେଇ ମଧ୍ୟ ନାରାୟଣ ନାମ ନେଇ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କରିବେ ସେତେବେଳେ ଅବତାରୀ ପୁରୁଷଙ୍କର ପୁଣି ସଂକଟମୋଚନ ପାଇଁ ଆବିର୍ଭାବ ଅସମ୍ଭବ ନୁହେଁ ବୋଲି ଦୃଢୋକ୍ତ ପ୍ରକାଶ ପାଇଥିଲା । ପ୍ରତ୍ୟେକ ମାସ ପୂର୍ଣ୍ଣିମା ତିଥିରେ ସଦ୍ଭାବନା ସମିତି ପକ୍ଷରୁ ଏହି ମନ୍ଦିର ସଭା କକ୍ଷରେ ପବିତ୍ର ସର୍ବ ଧର୍ମ ସମ୍ପ୍ରଦାୟର ସନ୍ଥ ଜୟନ୍ତୀ ପାଳନ ହେବାର ସମିତି ସମ୍ପାଦକ ଡାଃ ଜେନା ପ୍ରକାଶ କରିଥିଲେ । ସମିତିର ନୂତନ ସଦସ୍ୟ ଭାବେ ବୀରେନ୍ଦ୍ର ନାଥ ବସା, ମାୟାଧର ପୋଥାଲ, ସୁନିଲ କୁମାର ସିଂ, ମନମୋହନ ମହାପାତ୍ର, ନରେନ୍ଦ୍ର କୁମାର ପ୍ରଧାନ, ସର୍ବେଶ୍ୱର ପରିଡା, ଡାଃ ଧନଞ୍ଜୟ ପ୍ରଧାନ, ସୁଷାନ୍ତ କର, ସନତ୍ କୁମାର ମଣ୍ଡଳ ଓ ହରିଶଚନ୍ଦ୍ର ରାଉତ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସହିତ ଶ୍ରୀ ଶ୍ରୀ ହରିହର ମନ୍ଦିରର ସଭାକକ୍ଷ ପରିବେଶ ପାଇଁ ରଘୁନାଥପୁରର ଉଦ୍ୟୋକ୍ତା ବର୍ଗ ସାଧୁବାଦର ପାତ୍ର ବୋଲି ଶ୍ରଦ୍ଧାସ୍ପଦ ବକ୍ତବ୍ୟ ପ୍ରକାଶ ପାଇଥିଲା ।
