Odisha news

ଭଞ୍ଜସେନା ଛାତ୍ର ଶାଖା ସଭାପତି ପ୍ରୀତମ୍ ଓ ଜିଲ୍ଲା ସମ୍ପାଦିକା ହେଲେ ସସ୍ମିତା

0

ବାରିପଦା  : ଆସନ୍ତା ଜାନୁଆରୀ ୨୩ତାରିଖ ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ ଦିନ ଭଞ୍ଜସେନା ସଂଗଠନ ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଅଛି । ଉକ୍ତ ଦିବସରେ ମୟୂରଭଞ୍ଜର ପ୍ରତ୍ୟେକ ପଞ୍ଚାୟତ ଓ ୱାର୍ଡ ଗୁଡିକରୁ ୨୫ହଜାରରୁ ଉଦ୍ଧ୍ୱର୍ ଯୁବକ ଓ ଯୁବତୀମାନଙ୍କୁ ନେଇ ଏକ ବିଶାଳ କାର୍ଯ୍ୟକ୍ରମ ବାରିପଦା ଠାରେ ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ସଂଗଠନକୁ ସୁଦୃଢ କରିବା ପାଇଁ ସଂଗଠନର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ସଭାପତି ପିଣ୍ଟୁ ମାଇତି, ମୟୂରଭଞ୍ଜ ଜିଲ୍ଲା ଛାତ୍ର ଶାଖା ସଭାପତି ଭାବେ ପ୍ରୀତମ ପଣ୍ଡା ଏବଂ ଜିଲ୍ଲା ସମ୍ପାଦିକା ଭାବେ ସସ୍ମିତା ବେହେରାଙ୍କୁ ମନୋନୀତ କରାଯାଇଥିବା ଜିଲ୍ଲା ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Nalco
Leave A Reply