ବାରିପଦା : କୁଡୁମୀ ଜାତିକୁ ଆଦିବାସୀ ତାଲିକାରେ ତୁରନ୍ତ ଅନ୍ତର୍ଭୁକ୍ତ କରିବା ଦାବିରେ କୁଡୁମୀ ସେନା ପକ୍ଷରୁ ମଙ୍ଗଳବାର କଳାଦିବସ ରୂପେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ କୁଡୁମୀ ସେନାର ଏକ ବିଶାଳ ଶୋଭାଯାତ୍ରା ମଧୁବନ ପଡିଆରୁ ବାହାରି ସହର ପରିକ୍ରମା କରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୁଡୁମୀ ସେନାର ନେତୃବୃନ୍ଦ ମାନେ ଯୋଗଦେଇ କୁଡୁମୀ ଜାତିକୁ ଆଦିବାସୀ ତାଲିକାଭୁକ୍ତ କରାନଗଲେ ଆଗାମୀ ଦିନରେ କୁଡୁମୀ ସେନା ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁଡୁମୀ ସେନା ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଜୈମୁନି କୁମାର ମହାନ୍ତଙ୍କ ନେତୃତ୍ୱରେ ଉପସଭାପତି ଉପେନ୍ଦ୍ର ମହାନ୍ତ, ରାଜ୍ୟ ସମ୍ପାଦକ ବିବେକାନନ୍ଦ ମହାନ୍ତ, ଜୟକୃଷ୍ଣ ମହାନ୍ତ, ରାଜ୍ୟ ମହିଳା ସଭାନେତ୍ରୀ ସୁଜାତା ମହାନ୍ତ, ଜିଲ୍ଲା ସଭାପତି ଡମ୍ବୁରୁଧର ମହାନ୍ତ, ସାଇରାମ ମହାନ୍ତ, ବିଶ୍ୱନାଥ ମହାନ୍ତ, ବିରେନ୍ଦ୍ର ମହାନ୍ତ, ଘନ ମହାନ୍ତ, ସସ୍ମିତା ମହାନ୍ତ, ଅଞ୍ଜଳୀ ମହାନ୍ତ, ସୌଭାଗ୍ୟ ମହାନ୍ତ, ସବିତା ମହାନ୍ତ, ଛାତ୍ର ସଭାପତି ରଞ୍ଜନ ମହାନ୍ତ, ଗୌତମ ମହାନ୍ତ, ବାଲେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତ, ଯାଜପୁର ଜିଲ୍ଲା ସଭାପତି ପଞ୍ଚାନନ ମହାନ୍ତ ଓ କେନ୍ଦୁଝର ଜିଲ୍ଲା ସଭାପତି କୈଳାସ ମହାନ୍ତ ପ୍ରମୁଖ ସହ ସାରା ରାଜ୍ୟରୁ ବହୁ କୁଡୁମୀ ସେନା ଯୋଗ ଦେଇଥିଲେ ।
