Odisha news

ମୟୂରଭଞ୍ଜ ମିରର ଟିମ୍ ଆବିଷ୍କାର କଲା ୧୦୦୦ ଫୁଟର ଜଳପ୍ରାପତ

0

ବାରିପଦା  : ମୟୂରଭଞ୍ଜ ପର୍ଯ୍ୟଟନର ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଧରି ଉସôର୍ଗୀକୃତ ଭାବରେ କାର୍ଯ୍ୟ ଜାରି ରଖିଥିବା ମୟୂରଭଞ୍ଜ ମିରର ଟିମ୍ ବାଙ୍ଗିରିପୋଷି ନିକଟସ୍ଥ କୁଣ୍ଡଳବଣୀ ଜଙ୍ଗଲ ମଧ୍ୟରେ ଲୋକଲୋଚନ ଆଢୁଆଳରେ ରହିଥିବା ୧୦୦୦ ଫୁଟରୁ ଅଧିକ ଉଚ୍ଚର ଏକ ଜଳପ୍ରପାତର ଆବିଷ୍କାର କରିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସର୍ବଦା ଦୁଃସାହସିକ ଯାତ୍ରାରେ ନୂତନ ପର୍ଯ୍ୟଟନସ୍ଥଳୀ ଆବିଷ୍କାର କରୁଥିବା ମୟୂରଭଞ୍ଜ ମିରର ଟିମ୍ର ଏହି ନୂତନ ଆବିଷ୍କାର ନିମନ୍ତେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବାର ଜଣାଯାଇଛି ।

ପ୍ରକାଶ ଥାଉକି ମୟୂରଭଞ୍ଜ ମିରର ଟିମ୍ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ଅସଂଖ୍ୟ ନୂତନ ପର୍ଯ୍ୟଟନସ୍ଥଳୀ ଆବିଷ୍କାର ପରେ ନିକଟ ଅତୀତରେ ମୟୂରଭଞ୍ଜ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠଟ ଅଫ୍ବିଟ୍ ଡେଷ୍ଟିଂନେସନର ମାନ୍ୟତାଲାଭ କରିଥିଲା । ଏହି ନୂତନ ଜଳପ୍ରପାତଟି ଘୋଡାଗାଧୁଆ ଜଳପ୍ରପାତ ନାମରେ ନାମିତ ହୋଇଛି । ଏହାର ଲମ୍ବ ୧୦୦୦ ଫୁଟରୁ ଅଧିକ ଉଚ୍ଚ ହୋଇଥିବାର ଆକଳନ କରାଯାଇଛି । ଏହି ଦୁଃସାହସିକ ଯାତ୍ରାରେ ମୟୂରଭଞ୍ଜ ମିରର ଟିମ୍ର କୁମାରେଶ ନାୟକ, ଲୋକେଶ୍ୱର ଭଞ୍ଜ, ରଞ୍ଜିତ ପଲେଇ, ଜୟପ୍ରକାଶ ସିଂହ, ଋଷିରାଜ୍ ପଟ୍ଟନାୟକ ତଥା ନିକଟସ୍ଥ ଜଳଡିହା ଗ୍ରାମର ଜଗବନ୍ଧୁ ପାତ୍ର, ପ୍ରମୋଦ ପାତ୍ର ଓ ସୁଶିଲ କୁମାର ମାର୍ଣ୍ଡି ପ୍ରମୁଖ ସାମିଲ ହୋଇଥିଲେ । ସରକାର ଏହାର ପାରିପାର୍ଶିକ ବିକାଶ ପ୍ରତି ଦୃଷ୍ଟି ଦେଲେ ଭବିଷ୍ୟତରେ ଏ ସ୍ଥାନଟି ଲୋକ ଲୋଚନକୁ ଆସିବା ସହିତ ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବୋଲି ଜଣାଯାଇଛି ।

Nalco
Leave A Reply