Odisha news

ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନେ୍ଦହ

0

ବାରିପଦା  : ବାରିପଦା ଟାଉନ ଥାନା ଅନ୍ତର୍ଗତ ଜନୈକା ମହିଳାଙ୍କ ଗଳିତ ମୃତଦେହ ଗୋଟିଏ ବନ୍ଦ ଘରୁ ଉଦ୍ଧାର କରାଯାଇଛି । ମୃତ ଜଣଙ୍କ ହେଲେ ୨୬ନଂ ୱାର୍ଡ ଭୁଗୁଡାକଟାର ବାବୁ ସିଂଙ୍କ ସ୍ତ୍ରୀ ଆରତୀ । ଏଠାରେ ସୂଚନାଯୋଗ୍ୟ ଯେ, ବାବୁ ସିଂ ଦୁଇରୁ ଦିନ ଦିନ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିବାବେଳେ ସ୍ତ୍ରୀ ଆରତୀଙ୍କ ସହିତ ଝଗଡା କରିଥିଲେ । ତେବେ ସେହିଦିନ ଠାରୁ ବାବୁ କୁଆଡେ ଚାଲିଯାଇଥିବା ବେଳେ ତାଙ୍କର ଖୋଜ୍ ଖବର ନାହିଁ । ଏଥିସହିତ ସେହି ଦିନରୁ ଆରତୀ ମଧ୍ୟ ଘର ବାହାରକୁ ଆସିଥିବାର କେହି ଦେଖିବାକୁ ପାଇ ନଥିଲେ ବୋଲି ସ୍ଥାନୀୟ ପଡୋଶୀ ମାନେ କହିଛନ୍ତି । ତେବେ ଆଜି ଘର ମଧ୍ୟରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଥିଲେ । ଟାଉନ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚାରଉଚରା କରି ତଦନ୍ତ ଜାରି ରଖିଛି ପୋଲିସ । ଉକ୍ତ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Nalco
Leave A Reply